୧୦୦ ଟଙ୍କା ପାଇଁ ପିଲାକୁ ପ୍ରତିଦିନ ଶବ ସଯାଉଥିଲା ମାଆ, ଜାଣନ୍ତୁ କାହିଁକି

ସଂସ୍କାର: ଆଜିର ସଭ୍ୟ ସମାଜ ଟଙ୍କା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ସେ କାହାକୁ ମାରିବା ପାଇଁ ହେଉ ଅବା କାହାରି ନାମରେ ମିଛ କହିବା ପାଇଁ ହେଉ। ତେବେ ଏହି ଟଙ୍କା ପାଇଁ ଏକ ଲଜ୍ୟାଜନକ ଖବର ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଟଙ୍କା ପାଇଁ, ଜଣେ ମାଆ ନିଜର ନିରୀହ ସନ୍ତାନ ସହିତ ଏପରି କାର୍ଯ୍ୟ କରିଛନ୍ତି, ଯାହାକୁ ପଢିଲା ପରେ ଆପଣଙ୍କର ହୃଦୟ ନିଶ୍ଚିତ ତରଳି ଉଠିବ। ତେବେ ଏହି ଘଟଣା ଏତେ ବିପଜ୍ଜନକ ଥିଲା ଯେ, ଯେତେବେଳେ ଘଟଣା ସାମ୍ନାକୁ ଆସିଲା ତାପରେ ପିଲାଟିର ମାଆଙ୍କୁ ଗିରଫ କରାଗଲା। ଅନ୍ୟପଟେ ଶିଶୁକୁ ଯତ୍ନ କରିବା ପାଇଁ ଚାଇଲ୍ଦ୍ କ୍ୟାରକୁ ପଠାଯାଇଛି। ତେବେ ଗିରଫ ହୋଇଥିବା ମା ନିଜ ଜୀବନ୍ତ ସନ୍ତାନକୁ ପ୍ରତିଦିନ ମାତ୍ର ୧୦୦ ପାଉଣ୍ଡ ( ୧୦୦ ଟଙ୍କା) ପାଇଁ ଶବରେ ପରିଣତ କରୁଥିଲା। ଆଉ ଶିଶୁଟିକୁ ଭଡାରେ ଲଗାଉଥିଲା।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ନିକଟରେ ଦକ୍ଷିଣ ଟାଙ୍ଗେରାଙ୍ଗରେ ରହୁଥିବା ଏହି ମାଆ ନିଜର ୧୦ ମାସର ପୁଅକୁ ଭିକ ମାଗିବା ପାଇଁ ଭଡାରେ ଲଗାଉଥିଲା।ଭିକାରୀମାନେ ଶିଶୁର ସମଗ୍ର ଶରୀରକୁ ରୂପା ରଙ୍ଗରେ ରଙ୍ଗ ଦେଉଥିଲେ ଏବଂ ଏହାକୁ ମମି (ଶବ) ପରି ଦେଖାଉଥିଲେ। ପରେ ଭିକାରୀମାନେ ରାସ୍ତାରେ ବସି ୧୦ ମାସର ଶିଶୁ ନାମରେ ଭିକ୍ଷା ମାଗୁଥିଲେ। ଏସବୁ କରିବା ପାଇଁ ପ୍ରତି ବଦଳରେ ମାଆ ଜଣକ ପ୍ରତିଦିନ 1 ପାଉଣ୍ଡ ଅର୍ଥାତ୍ ୨୦ ହଜାର ଇଣ୍ଡୋନେସିଆ ରୁପିଆ (ଭାରତୀୟ ମୁଦ୍ରାରେ ୧୦୦ ଟଙ୍କା) ପାଉଥିଲେ। ଏହି ଶିଶୁର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶିଶୁ ନିର୍ଯାତନା ମାମଲାରେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆଉ ଶିଶୁଟିକୁ ଚାଇଲ୍ଡ କ୍ୟାରକୁ ପଠାଇବା ସହିତ ସେହି ମହିଳା ଜଣଙ୍କୁ ପୋଲିସ୍ ଗିରଫ କରିଛି।

Leave a Reply

Your email address will not be published. Required fields are marked *