ସଂସ୍କାର : ଅନେକାଂଶରେ ଏହିପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯେଉଁଗୁଡିକ ଦେଖିଲେ ଆମର ହୃଦୟକୁ ଛୁଇଁଯାଇଥାଏ। ଆମର ମନରେ ଅନେକ ସକରାତ୍ମକ ଭାବନା ସୃଷ୍ଟି ହୁଏ। ଏହିକ୍ରମରେ ବର୍ତ୍ତମାନ ଏପରି ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି , ଯାହାକୁ ଦେଖିଲା ପରେ ଆପଣ ମଧ୍ୟ ସାବସି ନ ଦେଇ ରହିପାରିବେ ନାହିଁ। ଭାଇରାଲ୍ ହେଉଥିବା ଭିଡ଼ିଓଟି ହେଉଛି ତାମିଲନାଡୁର।
ତାମିଲନାଡୁର ଏକ ମହିଳା ଇନ୍ସପେକ୍ଟରଙ୍କର ସାହସିକତାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ପ୍ରକୃତ ଘଟଣାଟି ହେଉଛି ଏହା ଯେ, ତାମିଲନାଡୁରେ ବର୍ଷା ଯୋଗୁଁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ତେଣୁ ସେମାନଙ୍କୁ ଗୋଟିଏ ସୁରକ୍ଷିତ ସ୍ଥାନକୁ ପଠାଯାଉଚି। ତେବେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ପୋଲିସ ଇନ୍ସପେକ୍ଟର ଜଣେ ଯୁବକଙ୍କୁ ନିଜ କାନ୍ଧରେ ବୋହିନେଇ ମେଡ଼ିକାଲ ନେଉଛନ୍ତି। ତେବେ ମହିଳା ପୋଲିସ ଇନ୍ସପେକ୍ଟର ଜଣଙ୍କ ବହୁତ ସାହସୀକତାର ସହିତ ଏହି କାର୍ଯ୍ୟ କରୁଛନ୍ତି। ଯାହାକୁ ବର୍ତ୍ତମାନ ସବୁ ଜାଗାରେ ବହୁତ ପ୍ରଶଂସା କରାଯାଉଛି। ଏହି ସାହସୀ ମହିଳା ଇନ୍ସପେକ୍ଟରଙ୍କର ନାମ ହେଉଛି ରାଜେଶ୍ୱରୀ। ତେବେ ଲୋକମାନେ ବର୍ତ୍ତମାନ ରାଜେଶ୍ୱରୀଙ୍କୁ ଲେଡି ସିଙ୍ଘମ ନାମରେ ଡାକିବା ଆରମ୍ଭ କଲେଣି।
ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ ଲେଡି ପୋଲିସ୍ ଇନ୍ସପେକ୍ଟର ଜଣେ ଚେତାଶୂନ୍ୟ ବ୍ୟକ୍ତିଙ୍କୁ ନିଜ କାନ୍ଧରେ ପକାଇ ଡାକ୍ତରଖାନାରେ ପହଞ୍ଚିବାରେ ସାହାଯ୍ୟ କରୁଛନ୍ତି। ତେବେ ସେହି ବ୍ୟକ୍ତିଙ୍କ ସହିତ ଜଡିତ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ଖବରଟି ହେଉଛି ଏହା ଯେ, ମହିଳା ପୋଲିସ ଇନ୍ସପେକ୍ଟର ରାଜେଶ୍ୱରୀଙ୍କ ଦ୍ୱାରା ଡାକ୍ତରଖାନା ନିଆଯାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଯେତେବେଳେ ରାଜେଶ୍ୱରୀ ଚେତାଶୂନ୍ୟ ବ୍ୟକ୍ତିଙ୍କୁ କାନ୍ଧରେ ରଖି ଅଟୋରେ ଡାକ୍ତରଖାନାକୁ ପଠାଇଲେ। ତା’ପରେ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଶୀଘ୍ର ଭାଇରାଲ୍ ହେଲା, ଭାଇରାଲ୍ ହେବା ମାତ୍ରେ ରାଜେଶ୍ୱରୀଙ୍କୁ ସବୁଆଡେ ପ୍ରଶଂସା କରାଯାଉଥିଲା। ଏମିତିକି ନିଜେ ସିଏମ୍ ଷ୍ଟାଲିନ୍ ମଧ୍ୟ ରାଜେଶ୍ୱରୀଙ୍କୁ ପ୍ରଶଂସା କରିଥିଲେ।