କରୋନା ଟୀକା ନେବା ପରେ କୋଟିପତି ହୋଇଗଲେ ଯୁବତୀ, ଜାଣନ୍ତୁ କେମିତି ହେଲେ ସେ କୋଟିପତି

ସଂସ୍କାର : କରୋନା ଟିକା ନେବା ପରେ କେହି କୋଟିପତି ହେବା ଶୁଣିଛନ୍ତି କି? ହଁ, ଜଣେ ଯୁବତୀ ବର୍ତ୍ତମାନ କରୋନା ଟିକା ନେବା ମାତ୍ରେ ୭ କୋଟିର ମାଲିକ ହୋଇଛନ୍ତି। ଆଉ ବର୍ତ୍ତମାନ ଯୁବତୀଜଣଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ବିଷୟରେ ଚର୍ଚ୍ଚା ଚାଲିଛି। ତେବେ କରୋନା ଟୀକା ନେଇ ଯୁବତୀ ଜଣଙ୍କ କିଛି ସେକେଣ୍ଡ ମଧ୍ୟରେ କୋଟିପତି ହୋଇଯିବା ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। କରୋନା ଟୀକାକରଣର ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଜଣେ ଯୁବତୀ ୭ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି। ଆଉ ପୁରସ୍କାର ପାଇବା ପାଇଁ ଯୁବତୀ ଜଣକ ଗ୍ରହଣ କରିଥିବା ପଦ୍ଧତି ମଧ୍ୟ ପ୍ରଶଂସନୀୟ।

ଖବର ଅନୁଯାୟୀ, କୋଭିଡ ଟୀକାକରଣ ଅଭିଯାନରେ ୭ କୋଟି ଟଙ୍କା ପୁରସ୍କାର ପାଇଥିବା ଯୁବତୀ ହେଉଛନ୍ତି ଜୋଏନ୍। ରିପୋର୍ଟରେ କୁହାଯାଇଛି ଯେ ଟୀକାକରଣ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଅଷ୍ଟ୍ରେଲିଆ ସରକାର ମିଲିୟନ୍ ଡଲାରର ଜ୍ୟାକପଟ୍ ଅଭିଯାନ ଆରମ୍ଭ କରିଛନ୍ତି। ଆଉ ୩୦ ଲକ୍ଷ ଲୋକଙ୍କ ମଧ୍ୟରେ ୩ ଜଣଙ୍କୁ ଏହି ଜ୍ୟାକପଟ୍ ଜିତିବାର ସୁଯୋଗ ଦିଆଯାଉଛି। ଏହି ଅଭିଯାନରେ ଜୋଏନ୍ କରୋନା ଟୀକାକରଣ କରିଥିଲେ ଏବଂ କିଛି ଦିନ ପରେ ସେ ଜାଣିବାକୁ ପାଇଲେ ଯେ ସେ ୭ କୋଟି ଟଙ୍କାର ଜ୍ୟାକପଟ୍ ଜିତିଛନ୍ତି।

ଜୋନଙ୍କ ପାଇଁ ୭ କୋଟି ଟଙ୍କା ଜିତିବା ଏକ ସ୍ୱପ୍ନ ପରି। ଜୋନ୍ ନିଜେ ଜାଣି ନଥିଲେ ଯେ ସେ ଗୋଟିଏ ଟୀକାକରଣ ସହିତ କୋଟିପତି ହୋଇପାରନ୍ତି। ଜୋଏନ୍ ସେଠାରେ ଗଣମାଧ୍ୟମକୁ କହିଥିଲେ ଯେ ଏହା ଏକ ସ୍ୱପ୍ନ ପରି। ମୁଁ ଟଙ୍କା ଜିତିବା ବିଷୟରେ ଭାବିନଥିଲି। ମୁଁ ଟୀକା ନେବା ପାଇଁ ପଞ୍ଜିକରଣ କରିଥିଲି। ଏହି ସମୟ ମଧ୍ୟରେ ମୁଁ ଦି ମିଲିୟନ୍ ଡଲାର ଲଟେରୀ ସିଷ୍ଟମରେ ମଧ୍ୟ ପଞ୍ଜୀକୃତ ହୋଇଥିଲି। ଟିକା ପାଇବା ପରେ ମାତ୍ର କିଛି ଦିନ ପରେ ମୁଁ ଜାଣିବାକୁ ପାଇଲି ଯେ ମୁଁ ୭ କୋଟି ଟଙ୍କାର ପୁରସ୍କାର ଜିତିଛି। ବର୍ତ୍ତମାନ ମୁଁ ବହୁତ ଖୁସି।

Leave a Reply

Your email address will not be published. Required fields are marked *