ସଂସ୍କାର : ଅନ୍ତର୍ଜାତୀୟ ଗଣମାଧ୍ୟମ ” ଇନଡିପେଡେଣ୍ଟ”ର ରିପୋର୍ଟ ଅନୁଯାୟୀ, ଭିଏନାରେ କରୋନା ଭ୍ୟାକ୍ସିନ୍ ପାଇଥିବା ଲୋକଙ୍କୁ ମାଗଣାରେ ସେକ୍ସ ଓ୍ବାର୍କର ସହ ସମୟ ବିତାଇବାକୁ ଦିଆଯାଉଛି। ‘ଫନ୍ ପ୍ଲାଷ୍ଟ’ ନାମକ ଏକ ସେକ୍ସ ଓ୍ବାର୍କର ସଙ୍ଘ ଏହି ଅନନ୍ୟ ଅଫର ଆଣିଛି। ଆଉ ଏହି ସଙ୍ଘ ମଧ୍ୟ ନିଜ ସ୍ଥାନରେ କରୋନା ଟୀକାକରଣର ସୁବିଧା ଯୋଗାଉଛି। ଏହି ଅଫରରେ କୁହାଯାଇଛି ଯେ ଟୀକାକରଣ କରୁଥିବା ବ୍ୟକ୍ତି ନିଜ ପସନ୍ଦର ଏଠାରେ ଥିବା ମହିଳାଙ୍କ ସହ ୩୦ ମିନିଟ୍ ସମୟ ମାଗଣାରେ ବିତାଇ ପାରିବେ। ତେବେ ବିଶେଷ କଥା ହେଉଛି ଏହା ଯେ, ଲୋକମାନେ ମଧ୍ୟ ଏହି ଅଫରର ଲାଭ ଉଠାଇବାକୁ ଯାଉଛନ୍ତି। ଏଠାରେ ରହୁଥିବା ଜଣେ ମହିଳା କହିଛନ୍ତି ଯେ ଟୀକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଏହି ଅଫର ଦେଉଛୁ।
ସୂଚନାଯୋଗ୍ୟ ଯେ, ଅଷ୍ଟ୍ରିଆରେ ମୋଟ୍ ଜନସଂଖ୍ୟାର କେବଳ ୬୪ ପ୍ରତିଶତ ଲୋକଙ୍କୁ ସଂପୂର୍ଣ୍ଣ ଟୀକାକରଣ କରାଯାଇଛି। ଟୀକାକରଣର ଗତି ବଢାଇବାକୁ ସରକାର ଅଧିକ ଚେଷ୍ଟା କରୁଛନ୍ତି। ଏଥିପାଇଁ ଏଭଳି କଠୋର ନିଷ୍ପତ୍ତି ନିଆଯାଉଛି। ଉଦାହରଣ ସ୍ୱରୂପ, ରେଷ୍ଟୁରାଣ୍ଟ, ପବ୍, ସେଲୁନ୍ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଟିକା ବିନା ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦେଶରେ କଠୋର ନିୟମ ଲାଗୁ ହୋଇଛି, ଯେଉଁଥିରେ ହୋଟେଲ ଏବଂ ସିନେମାରେ ୨୫ ରୁ ଅଧିକ ଲୋକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଏହି ୨୫ ଜଣ ଗଲେ ବି ସଂପୂର୍ଣ୍ଣ ଟୀକାକରଣର ପ୍ରମାଣପତ୍ର କିମ୍ବା କରୋନା ଭାଇରସରୁ ପୁନରୁଦ୍ଧାର ପ୍ରମାଣପତ୍ର ଦେଖାଇବା ପାଇଁ ଜରୁରୀ ବୋଲି ସରକାର ଘୋଷଣା କରିଛନ୍ତି।
ତେବେ ଅଷ୍ଟ୍ରିଆରେ ବହୁ ସଂଖ୍ୟକ ଲୋକ ବେଶ୍ୟାବୃତ୍ତି ଶାଳାକୁ ଯାଉଛନ୍ତି, ଜଣେ ସେକ୍ସ ଓ୍ବାର୍କରଙ୍କ ସହିତ ଖାଲି ସମୟ ବିତାଇବାକୁ ଏହି ଅଫର ପ୍ରଭାବଶାଳୀ ହେବ। ଏହି ବାବଦରେ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ଟୀକାକରଣର ଗତି ତ୍ୱରାନ୍ୱିତ କରିବାରେ ‘ ଫନ୍ ପ୍ଲାଷ୍ଟ’ର ଏହି ପଦକ୍ଷେପ ଆମକୁ ଟିକାକରଣର ଗତିକୁ ବଢାଇବା ପାଇଁ ବେଶ ସହାୟକ ହୋଇଛି।