ସଂସ୍କାର : ବଢିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ। ଦିନକୁ ଦିନ ଆମର ନିତ୍ୟବ୍ୟବହାର ଜିନିଷର ଦରଦାମ ବଢୁଛି। ଯେଉଁ କାରଣରୁ ଜଣେ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଖାଇବା ତେଲ ଠାରୁ ଆରମ୍ଭ କରି ଆଳୁ ଆଉ ଟମୋଟ ର ଦର ଓ ଏହା ସହ ପେଟ୍ରୋଲ ଓ ଡିଜେଲ୍ ଦତ୍ତ ହୁହୁ ହୋଇ ବଢିଛି। ତେବେ ଏହି ବର୍ଦ୍ଧିତ ଦରଦାମ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ବର୍ଷର ପହିଲାରୁ ଆମେ ପିନ୍ଧୁଥିବା ପୋଷାକର ଦାମ ମଧ୍ୟ ବଢିବ।
୨୦୨୨ ମସିହାର ପ୍ରଥମ ମାସରୁ ହିଁ ମହଙ୍ଗା ହେବ ପୋଷାକ, ଟେକ୍ସଟାଇଲ୍ସ ଓ ଫୁଟ୍ୱେର୍ । କେନ୍ଦ୍ରସରକାର ଏହିସବୁ ସାମଗ୍ରୀ ଉପରେ ସେବା ଟିକସ ବା ଜିଏସଟିକୁ ୫% ରୁ ୧୨% କୁ ବୃଦ୍ଧି କରିଛନ୍ତି। ସିବିଆଇସି ଗତ ନଭେମ୍ବର ୧୮ ତାରିଖରେ ଏହି ଘୋଷଣା କରିଛି ।
ଜାନୁୟାରୀ ୨୦୨୨ ଠାରୁ, କପଡା ଉପରେ ଜିଏସ୍ଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି ପାଇବ ଏବଂ ଯେକୌଣସି ମୂଲ୍ୟର ବସ୍ତ୍ର ଉପରେ ଜିଏସ୍ଟି ହାର ୧୨ ପ୍ରତିଶତକୁ ବୃଦ୍ଧି ପାଇବ, ଯାହାର ମୂଲ୍ୟ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଥିବା ସାମଗ୍ରୀର ପୂର୍ବ ହାର ତୁଳନାରେ ୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଟେକ୍ସଟାଇଲ୍ ସାମଗ୍ରୀର ହାର ୫% ରୁ ୧୨% କୁ ବୃଦ୍ଧି ପାଇଥିବାବେଳେ ଯେକୌଣସି ମୂଲ୍ୟର ଫୁଟ୍ୱେର୍ ଉପରେ ସମାନ ହାର ବୃଦ୍ଧି ପାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ପୋଷାକ, ଟେକ୍ସଟାଇଲ୍ସ ଓ ଫୁଟ୍ୱେର୍ ଉପରେ କେନ୍ଦ୍ର ସରକାର ୫% ରୁ ୧୨% ବୃଦ୍ଧି କରିଛନ୍ତି। ଆଉ ଏହି ନୂଆ ବର୍ଦ୍ଧିତ ଦର ଆସନ୍ତା ଜାନୁୟାରୀ ମାସରୁ ଲାଗୁହେବ।