ସଂସ୍କାର : ଜଣେ ମା ନିଜ ପିଲାକୁ ସୁରକ୍ଷା ଦେବା ପାଇଁ ଦୁନିଆର ଯେକୌଣସି ବିପଦ ସହିତ ଲଢିପାରେ। ଯାହାର ଜ୍ୱଳନ୍ତ ଉଦାହରଣ ବର୍ତ୍ତମାନ ମଧ୍ୟପ୍ରଦେଶ ରାଜ୍ୟରେ ଦେଖିବାକୁ ମିଳିଛି। ଜଣେ ମାଆ ଚିତାବାଘ ମୁହଁରୁ ନିଜ ପିଲାକୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ନିଜ ପୁଅକୁ ବଞ୍ଚାଇବା ପାଇଁ ଭୟଙ୍କର ଚିତାବାଘ ସହିତ ସଂଘର୍ଷ କରିଥିଲେ ଏହି ମାଆ ଜଣକ। ମଧ୍ୟପ୍ରଦେଶର ଏକ ଗାଁର ଜଣେ ଆଦିବାସୀ ମହିଳା କ୍ୟାନିବିଲିଷ୍ଟ ଚିତାବାଘ ସହିତ ଲଢେଇ କରି ନିଜ ପୁଅକୁ ପୁଣିଥରେ ଏକ ନୂଆ ଜୀବନ ଦେଇଛନ୍ତି।
ଅନ୍ୟପଟେ ମହିଳାଙ୍କ ଏହି ସାହସକୁ ମଧ୍ୟ ପ୍ରଶଂସା କରିଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଟ୍ୱିଟ ମାଧ୍ୟମରେ ଏହି ମହିଳାଙ୍କ ସାହସକୁ ପ୍ରଶଂସା କରିଛନ୍ତି ଶିବରାଜ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ୫୦୦ କିଲୋମିଟର ଦୂରରେ ଥିବା ସିଦ୍ଧି ଜିଲ୍ଲାର ସଞ୍ଜୟ ଟାଇଗର ରିଜର୍ଭର ବଫର ଜୋନ୍ ଉପରେ ପଡିଥିବା ବାଡିରିଆ ଗ୍ରାମରେ ଏହି ଘଟଣା ଘଟିଛି। ଏଠାରେ କିରା, ବାଇଗା ଜନଜାତିର ଜଣେ ମହିଳା ତାଙ୍କର ତିନି ଛୋଟ ପିଲାଙ୍କ ସହ ଥଣ୍ଡା ହେତୁ ନିଆଁ ପାଖରେ ବସିଥିଲେ। ତା’ପରେ ହଠାତ୍ ଏକ ଚିତାବାଘ ଆସି
ତାଙ୍କର ୮ ବର୍ଷର ପୁଅ ରାହୁଲଙ୍କୁ ଧରି ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଲା। ଏହି ହଠାତ୍ ଘଟଣା ବିଷୟରେ ମହିଳା ଜଣକ କିଛି ବୁଝି ପାରିନଥିଲେ, କିନ୍ତୁ ପରେ ସେ ପ୍ରଥମେ ଦୁଇ ପିଲାଙ୍କୁ କୁଟୀରରେ ବନ୍ଦ କରି ସଙ୍ଗେ ସଙ୍ଗେ ଜଙ୍ଗଲ ଆଡକୁ ଦୌଡିଥିଲେ। ମହିଳା ଜଣକ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ କାନିବାଲିଷ୍ଟିକ୍ ଚିତାବାଘକୁ ଖୋଜିଥିଲେ।
ଏହା ପରେ ମହିଳା ଜଣକ ଦେଖିଲେ ଯେ ଚିତାବାଘ ଏକ ବୁଦା ଭିତରେ ଲୁଚି ରହିଛି ଏବଂ ତାଙ୍କ ରାହୁଲଙ୍କୁ ଡରାଉଛି। କିନ୍ତୁ ମହିଳା ଜଣଙ୍କ ମଧ୍ୟ ହାର ନ ମାନି ବାଡ଼ି ସାହାଯ୍ୟରେ ଚିତାବାଘକୁ ଆଘାତ କରିଥିଲେ। ଆଉ ମହିଳାଙ୍କ ମାଡ଼ ରେ ଚିତାବାଘ ପିଲାଟିକୁ ଛାଡି ଜଙ୍ଗଲକୁ ଦୌଡ଼ିଥିଲା। ଟାଇଗର ରିଜର୍ଭର ଜଣେ ଅଧିକାରୀ କହିଛନ୍ତି ଯେ ବୋଧହୁଏ ଚିତାବାଘଟି ମହିଳାଙ୍କ ସାହସକୁ ଭୟ କରୁଥିଲା, ତେଣୁ ପିଲାଟିକୁ ଛାଡ଼ି ଜଙ୍ଗଲକୁ ପଳାଇଲା। ଏହା ପରେ ମହିଳା ଜଣକ ସଙ୍ଗେ ସଙ୍ଗେ ପିଲାଟିକୁ କୋଳରେ ଧରି ଘରକୁ ଆସିଥିଲେ। କିନ୍ତୁ ପିଲାଟିକୁ ଅଳ୍ପ କ୍ଷତବିକ୍ଷତ କରିଦେଇଛି ଚିତାବାଘ। ତେବେ ମହିଳାଙ୍କର ଏହି ସାହସକୁ ନିଜେ ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡ଼ିଆରେ ପ୍ରକାଶ କରିବା ଏକ ସକରାତ୍ମକ ବିଷୟ ଅଟେ।