ସିଡିଏସ୍ ହେଲିକପ୍ଟର ଦୁର୍ଘଟଣାରେ କେବଳ ଜଣେ ଜୀବିତ, ଜାଣନ୍ତୁ କିଏ ସେହି ଶୌର୍ଯ୍ୟ ଚକ୍ର ବିଜେତା ଗୃପ୍ କ୍ୟାପଟେନ୍ ବରୁଣ ସିଂ ?

ସଂସ୍କାର : ତାମିଲନାଡୁର କୁନୁରରେ ଗତକାଲି ସାମରିକ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କେବଳ ଜଣେ ସେନା ଅଧିକାରୀ ବର୍ତ୍ତମାନ ଜୀବିତ ଅଛନ୍ତି, ଆଉ ତାଙ୍କର ମେଡ଼ିକାଲରେ ଚିକିତ୍ସା ଚାଲିଛି। ଚିକିତ୍ସିତ ହେଉଥିବା ଅଧିକାରୀ ହେଲେ କ୍ୟାପଟେନ ବରୁଣ ସିଂ । ଯିଏକି ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। କ୍ୟାପଟେନ ବରୁଣ ସିଂଙ୍କୁ ଶୌର୍ଯ୍ୟ ଚକ୍ରରେ ପୁରସ୍କୃତ କରାଯାଇଛି।

ବୁଧବାର ଭାରତୀୟ ବାୟୁସେନା କୁନୁର ବିମାନ ଦୁର୍ଘଟଣାର ଚିତ୍ର ସୋସିଆଲ ମିଡିଆରେ ସେୟାର କରିଛି। ସେନାର ରିପୋର୍ଟ ଅନୁଯାୟୀ, କୁନୁର ହୋଇଥିବା ବିମାନ ଦୁର୍ଘଟଣାରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଆହତ ହୋଇଛନ୍ତି। ତାଙ୍କୁ ସେନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଦିନ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୌର୍ଯ୍ୟ ଚକ୍ରରେ ପୁରସ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *