ସଂସ୍କାର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପଶ୍ଚିମବଙ୍ଗର ନାଦିଆରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାସ୍ତବରେ ଏଠାରେ ଜଣେ ଲୋକଙ୍କର ମୃତ ଦେହକୁ ଶେଷ ରୀତିନୀତି ପାଇଁ ନେଇ ଯାଉଥିବା ଏକ ଗାଡିକୁ ଟ୍ରକଟିଏ ଧକ୍କା ଦେଇଛି। ଆଉ ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଏହି ଗାଡ଼ିରେ ୪୦ ଜଣ ଲୋକ ଥିଲେ। ଶବର ଶେଷ ରୀତିନୀତି କରିବା ପାଇଁ ସେମାନେ ଶବକୁ ନେଇ ସ୍ମଶାନ ଯାଉଥିଲେ। ଗତକାଲି ରାତି ପ୍ରାୟ ୨ ଟା ସମୟରେ ଟ୍ରକଟି ତାଙ୍କ ଗାଡି ପଛପଟୁ ଧକ୍କା ଦେଇଥିଲା ଯେଉଁଥିରେ ୧୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଆହତମାନଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଜାରି ରହିଛି।
ସୂଚନାଯୋଗ୍ୟ ଯେ ଦୁର୍ଘଟଣା ପରେ ପାଟିତୁଣ୍ଡ ବଢିଯାଇଛି। ଏହି ଦୁର୍ଘଟଣାରେ ପୀଡିତଙ୍କ ପରିବାର ଲୋକଙ୍କୁ ପୋଲିସ ସୂଚନା ଦେଇଛି। ସମସ୍ତେ ଡାକ୍ତରଖାନାରେ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକ ଏବଂ ପୋଲିସ ଆହତମାନଙ୍କୁ ଶକ୍ତିନଗର ଜେନେରାଲ ହସ୍ପିଟାଲକୁ ନେଇଛନ୍ତି। ଅନ୍ୟପଟେ କିଛି ଆହତଙ୍କ ଅବସ୍ଥା ଖରାପ ଥିବାରୁ କୃଷ୍ଣନଗର ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ରହିଛି।