ଚୀନକୁ ଆମେରିକାର କଡ଼ା ଚେତାବନୀ : ଭାରତକୁ ଥଟ୍ଟା କରିବ ନାହିଁ, ନହେଲେ ଭୋଗିବାକୁ ପଡ଼ିପାରେ …

ଗୋଟିଏ ପଟେ ବିଶ୍ୱ କରୋନା ସହିତ ସଂଘର୍ଷ କରୁଥିବାବେଳେ ଅନ୍ୟପଟେ ଚୀନ ତାର ସୀମା ବିସ୍ତାରରେ ମାତିଛି । ହେଲେ ଆମେରିକା ତୀକ୍ଷଣ ନଜର ଚୀନର ଏସବୁ କାରନାମା ଉପରେ । ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଗୁରୁବାର ଦିନ ବ୍ରୁସେଲ୍ସ ଫୋରମରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଚୀନ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ପାଇଁ ବିପଦ ପାଲଟିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆମେରିକା ୟୁରୋପରେ ନିଜ ସାମରିକ ଉପସ୍ଥିତି ହ୍ରାସ କରୁଛି ।

ପମ୍ପିଓଙ୍କୁ ପଚରାଯାଇଥିଲା ଯେ ଆମେରିକା ଜର୍ମାନୀରେ ନିଜର ସୈନ୍ୟ କାହିଁକି ହ୍ରାସ କରିଛି, ଯାହାର ଉତ୍ତରରେ ଆମେରିକାର ବୈଦେଶିକ ସଚିବ ଦେଇଛନ୍ତି ଯେ, ଯଦି ଆମେରିକୀୟ ସୈନ୍ୟ ସେଠାରେ ନାହାନ୍ତି, ଅର୍ଥାତ ଅନ୍ୟ ସ୍ଥାନକୁ ସାମ୍ନା କରିବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି । ଚାଇନା କମ୍ୟୁନିଷ୍ଟ ଦଳ “ଭାରତ ପାଇଁ ବିପଦ” । ଏହାସହିତ ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ ଏବଂ ଦକ୍ଷିଣ ଚୀନ ସାଗର ବିରୁଦ୍ଧରେ କାର୍ଯ୍ୟକଳାପକୁ ଜବାବ ଦେବାରେ ନିୟୋଜିତ ଅଛନ୍ତି । ଆମେରିକା ସେନାବାହିନୀଙ୍କୁ ଆହ୍ଵାନର ମୁକାବିଲା ପାଇଁ ସଠିକ୍ ସ୍ଥିତିରେ ନିୟୋଜିତ କରାଯାଇଛି ।

ପମ୍ପିଓ ଉଲ୍ଲେଖ କରିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଦୁଇ ବର୍ଷ ପୂର୍ବେ ଆମେରିକାର ସୈନ୍ୟବାହିନୀର ଏକ ଦୀର୍ଘ ଋଣନୀତିକ ସମୀକ୍ଷା କରିଥିଲେ । ଆମେରିକା ନିଜ ସାମ୍ନାକୁ ଆସିଥିବା ବିପଦ ବିଷୟରେ ସମୀକ୍ଷା କରିଥିଲା ଯେଉଁଥିରେ ସାମରିକ ଏବଂ ସାଇବର ବି ସାମିଲ ଥିଲେ । ସେ କହିଛନ୍ତି ଯେ ଏହି ଅଭ୍ୟାସ ଯୋଗୁ ରୁଷ କିମ୍ବା ଅନ୍ୟ ଶତ୍ରୁ ତଥା ଯେକୌଣସି ସ୍ଥାନ ଦଖଲ କରିଥିବା ଲୋକଙ୍କୁ ଅଟକା ଯାଇପାରିବ ।

ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ ମୁଁ କେବଳ ଚୀନ କମ୍ୟୁନିଷ୍ଟ ପାର୍ଟି ସହ ବିପଦ ବିଷୟରେ କଥା ହୋଇଛି । ଆମେ ନିଶ୍ଚିତ କରିବାକୁ ଯାଉଛୁ ଯେ PLA (ପିପୁଲ୍ସ ଲିବରେସନ୍ ଆର୍ମି) କୁ ପ୍ରତିହତ କରିବା ପାଇଁ ଆମେ ସଠିକ୍ ଭାବରେ ନିୟୋଜିତ ଅଟୁ । ଆମେ ଅନୁଭବ କରୁଛୁ ଯେ ଏହା ଆମର ସମୟର ଆହ୍ଵାନ ଏବଂ ଆମେ ନିଶ୍ଚିତ କରିବାକୁ ଯାଉଛୁ ଯେ ଏହା କରିବାକୁ ଆମର ସମ୍ବଳ ଅଛି । ଚୀନର ଧମକ ବିଷୟରେ ସେ ବେଜିଂର “ଭାରତ ସହ ରକ୍ତାକ୍ତ ସୀମା ସଂଘର୍ଷ” କୁ ଦକ୍ଷିଣ ଚୀନ ସାଗର କାର୍ଯ୍ୟକଳାପ ଏବଂ ଏହାର ପୂର୍ବ ଅର୍ଥନୈତିକ ନୀତିର ପ୍ରମାଣ ବୋଲି ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *