ଚୀନର ଗତିବିଧି ଉପରେ ନଜର ରଖିବା ପାଇଁ ସଫ୍ଟୱେର୍ ତିଆରି କଲା ଏହି ଦେଶ , ଆଉ ସତ ଲୁଚାଇ ପାରିବନି ଡ୍ରାଗନ୍…

ସଂସ୍କାର: ଚୀନ୍‌ର କଳାଧଳା ଗତିବିଧିକୁ ବର୍ତ୍ତମାନ ନଜର ରଖିବ ଆମେରିକା। ଆଉ ବିଶ୍ୱ ସମ୍ମୁଖରେ ସତ ଲୁଚାଇ ପାରିବନି ଚୀନ। ଏଥିପାଇଁ ଆମେରିକା ଏକ ନୂଆ ସଫ୍ଟୱେୟାର ସୃଷ୍ଟି କରିଛି। ୨୦୨୦ ପରଠାରୁ ଚୀନରେ ଘଟିଥିବା ଛୋଟରୁ ଅତି ବଡ଼ ଘଟଣାର ତଥ୍ୟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ସଂଗ୍ରହ କରାଯାଇ ଏହି ସଫ୍ଟୱେୟାରରେ ଉପଲୋଡ଼ ହେଉଛି।

ଏହି ସଫ୍ଟୱେୟାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ହେଉଛି। ଅସ୍ତ୍ରଶସ୍ତ୍ର କ୍ରୟ ବିକ୍ରୟ ଠାରୁ ଆରମ୍ଭ କରି ଚାଇନାର ଅନେକ କୂଟନୀତିଜ୍ଞ ତଥ୍ୟ ଆଉ ରାଜନୈତିକ କାର୍ଯ୍ୟକଳାପ ଉପରେ ନଜର ରଖିବ ଏହି ସଫ୍ଟୱେୟାର। ଏକପ୍ରକାରରେ କହିବାକୁ ଗଲେ ବର୍ତ୍ତମାନ ଚାଇନାର ପ୍ରତିଟି କ୍ରିୟା ପତିକ୍ରିୟା ଉପରେ ନଜର ରଖିବ ଆମେରିକା।

ଏପରିକି ଏହି ନୂତନ ସଫ୍ଟୱେର୍ ଯେ କୌଣସି ନୂତନ ପରିସ୍ଥିତିରେ ଚାଇନାର ସମ୍ଭାବ୍ୟ ପଦକ୍ଷେପ ବିଷୟରେ ଆମେରିକା ସରକାରକୁ ସୂଚନା ଦେବ। ଯଦି କିଛି ଭୁଲ କାମ ଚାଇନା କରେ ତେବେ ଆମେରିକାକୁ ସଂଗେ ସଂଗେ ଚାଇନାର ରଣନୀତି ବିଷୟରେ ଜଣାପଡିଯିବ।ଆମେରିକାର ଡେପୁଟି ପ୍ରତିରକ୍ଷା ସଚିବ କ୍ୟାଥଲିନ୍ ହିକ୍ସ ଏକ କମାଣ୍ଡର ବୈଠକରେ ଏହି ସଫ୍ଟୱେୟାର ଲଞ୍ଚ କରିଛନ୍ତି।

Leave a Reply

Your email address will not be published. Required fields are marked *