ବ୍ୟାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ପଠାଉଛନ୍ତି ମୋଦି ସରକାର, ଜାଣନ୍ତୁ କିପରି ପାଇବେ ଆପଣ, ଅନେକଙ୍କୁ ତ ମିଳିସାରିଲାଣି…

ସଂସ୍କାର : ଲୋକଙ୍କର ହିତ ଓ ମଙ୍ଗଳ କିପରି ହେବ ସେ ସକାଶେ ଆମ କେନ୍ଦ୍ରରେ ଥିବା ମୋଦି ସରକାର ସର୍ବଦା ଚେଷ୍ଟା କରନ୍ତି। ଭାରତର ଜନସାଧାରଣ କିପରି ସରକାରଙ୍କର ଯୋଜନାର ସଠିକ ଓ ଉଚିତ୍ ଲାଭ ଉଠାଇବେ ତାହା ସବୁବେଳେ ଚେଷ୍ଟା କରିଥାନ୍ତି ମୋଦି ସରକାର।

ମୋଦି ସରକାର ଯେବେଠୁ ଆମ କେନ୍ଦ୍ରର ଶାସନ ଗାଦିରେ ବସିଲେ ସେବେଠାରୁ ଅନେକ ଜନ କଲ୍ୟାଣମୂଳକ ଯୋଜନା ଭାରତର ଜନସାଧାରଣଙ୍କ ପାଇଁ ଆରମ୍ଭ କରିଛନ୍ତି। ଅନେକ ଜନକଲ୍ୟାଣ ଯୋଜନା ଅଧୀନରେ ସମାଜର ବିଭିନ୍ନ ବର୍ଗକୁ ସମସ୍ତ ପ୍ରକାରର ସୁବିଧା ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଏହିକ୍ରମରେ ଆମ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ରହିଛି, ଯେଉଁଥିରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ୧୦,୦୦୦ ଟଙ୍କା ଲେଖାଏଁ ପଠାଉଛନ୍ତି ଆମ କେନ୍ଦ୍ର ସରକାର । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ…

ପିଏମ ସ୍ୱନିଧି ଯୋଜନା ଅଧୀନରେ ରାସ୍ତାଘାଟରେ ବା ଫୁଟପାତରେ ବ୍ୟବସାୟ କରୁଥିବା ଲୋକଙ୍କୁ ସରକାର ୧୦,୦୦୦ ଟଙ୍କା ଋଣ ଦେଉଛନ୍ତି ଓ ଏହି ରୁଣ ପାଇଁ କୌଣସି ଗ୍ୟାରେଣ୍ଟି ଦେବାକୁ ସେମାନଙ୍କୁ ଆବଶ୍ୟକ ନାହିଁ। ଯଦି ଆପଣ ଏହି ଲୋନକୁ ଠିକ୍ ସମୟରେ ପରିଶୋଧ କରନ୍ତି, ତେବେ ଆପଣଙ୍କୁ ସବସିଡିର ଫାଇଦା ମଧ୍ୟ ମିଳିବ। ଯାହାକି କେନ୍ଦ୍ର ସରକାରଙ୍କର ଏହି ଯୋଜନାରେ ଉଲେଖ୍ୟ ଅଛି।

କାହାକୁ ମିଳିବ ଫାଇଦା ?

ଏହି ଯୋଜନାର ଭରପୁର ଫାଇଦା  ମୋଚୀ, ପାନଦୋକାନୀ, ଧୋବୀ, ରାସ୍ତାପାଶ୍ୱର୍ରେ ବିକୁଥିବା ପନିପରିବା ଦୋକାନୀ, ଷ୍ଟ୍ରିଟ୍ ଫୁଡ୍, ଚା’ ଷ୍ଟଲ୍ କିମ୍ବା ଠେଲା ଦୋକାନୀ, ରୁଟି କିମ୍ବା ଅଣ୍ଡା ବିକ୍ରେତା, ଫେରୀବାଲା ଏବଂ ଷ୍ଟେସନାରୀ ବିକ୍ରେତା ଉଠାଇ ପାରିବେ। ଏହା ସହିତ ଯେଉଁମାନେ ନିଜେ ରାସ୍ତାକଡ଼ରେ ନୂଆ ଦୋକାନଟିଏ ଖୋଲିବାକୁ ଚାହାନ୍ତି ସେମାନେ ବି ଏହି ଯୋଜନାର ଲାଭ ଉଠାଇ ପାରିବେ।

ଲୋନ୍ ନେବାର ଖାସ୍ ନିୟମ :

୧) ସର୍ବପ୍ରଥମେ ଲୋନ୍ ନେଉଥିବା ବ୍ୟକ୍ତିଙ୍କ ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ୍ ହେବା ଆବଶ୍ୟକ।

୨) ଏହି ଲୋନ୍ କେବଳ ସେହି ଲୋକଙ୍କୁ ମିଳିବ, ଯେଉଁମାନେ ୨୪ ମାର୍ଚ୍ଚ ୨୦୨୦ କିମ୍ବା ପୂର୍ବରୁ ଏପରି କାର୍ଯ୍ୟରେ ନିୟୋଜିତ ଥିଲେ ।

୩) ଏହି ଲୋନର ଯୋଜନାର ଅବଧି କେବଳ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ରହିଛି, ତେଣୁ ଯେଉଁମାନଙ୍କୁ ଏହାକୁ ଆବଶ୍ୟକତା ରହିଛି ସେମାନେ ଶୀଘ୍ର ଏହାର ପ୍ରକ୍ରିୟା ଶେଷ କରିବା ଉଚିତ୍।

୪) ରାସ୍ତାଘାଟ ବିକ୍ରେତାମାନେ ସହରର କିମ୍ବା ଗ୍ରାମାଞ୍ଚଳର ହୋଇଥିଲେ ବି ଲୋନ୍ ନେଇପାରିବେ।

୫) ଏହି ଲୋନର ସୁଧ ଉପରେ ସବସିଡି ମିଳୁଛି । ଏହା ସିଧା ଲୋନ୍ ନେଉଥିବା ଲୋକଙ୍କ ଆକାଉଣ୍ଟରେ ତୈମାସିକ ଆଧାରରେ ଟ୍ରାନ୍ସଫର ହୋଇଯିବ ।

ତେବେ ଏହି ଲୋନ୍ ବିଷୟରେ ଅଧିକ ସୂଚନା ଜାଣିବାକୁ ଚାହୁଁଥିଲେ  ଆପଣ ନିମ୍ନରେ ଦିଆଯାଇଥିବା  ଲିଙ୍କ୍ ରେ କ୍ଲିକ କରନ୍ତୁ।

Link :- pmsvanidhi.mohua.gov.in

Leave a Reply

Your email address will not be published. Required fields are marked *