ପ୍ରେମିକ କଲାନି ବିବାହ ବାଧ୍ୟ ହୋଇ ଖଣ୍ଡାକୁ ବିବାହ କଲେ ଯୁବତୀ , ପଢ଼ନ୍ତୁ ସମ୍ପୂର୍ଣ୍ଣ କାହାଣୀ

ସଂସ୍କାର : ପ୍ରେମ ଏକ ଖୁବ ସୁନ୍ଦର ଅନୁଭବ। ଦୁଇ ମନର ମିଳନ ହେଉଛି ପ୍ରେମ । ହେଲେ କିଛି ଏମିତି ପ୍ରେମିକ ବା ପ୍ରେମିକା ଅଛନ୍ତି ଯେଉଁମାନଙ୍କ ପାଇଁ ପ୍ରେମ ଆଜି ବଦନାମ ହେଉଛି । ବେଳେ ବେଳେ ପ୍ରେମରେ ଧୋକ୍କା ପାଇବା ପରେ ବ୍ୟକ୍ତି ଆତ୍ମହତ୍ୟା ଭଳି ପଥକୁ ନିଜର କରି ନେଉଛନ୍ତି। ମାତ୍ର ପ୍ରେମକୁ ନେଇ ଏକ ଭିନ୍ନ ଧରଣର ଘଟଣା ଦେଖାଦେଇଛି ଇଣ୍ଡୋନେସିଆର ବାଲି ଦ୍ୱୀପରେ।

ଏଠାରେ ଜଣେ ଯୁବତୀ ପ୍ରେମରେ ଧୋକା ଖାଇବା ପରେ ବାଧ୍ୟହୋଇ ଏକ ଖଣ୍ଡାକୁ ବିବାହ କରିଛନ୍ତି । ତେବେ ଏହି ଘଟଣାଟି ଘଟିଛି ଇଣ୍ଡୋନେସିଆର ବାଲି ଦ୍ୱୀପରେ । ସୂଚନା ଅନୁଯାୟୀ ମେଲିନା ନାମକ ଜଣେ ଯୁବତୀ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଯୁବକଙ୍କୁ ବିଶ୍ୱାସ କରି ଯୁବତୀ ଜଣକ ଯୁବକଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକେ ଉକ୍ତ ଯୁବକଙ୍କ ସହ ବିବାହ କରିବାକୁ ଉଦ୍ୟମ କଲେ । ବିବାହ ପାଇଁ ସବୁ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହେଲା । ଯୁବକ ନିଜ ପ୍ରେମିକାଙ୍କୁ ବିବାହ ପାଇଁ ରାଜି ହେଲେ । ବେଦି ସଜା ହେଲା । ସବୁ କାର୍ଯ୍ୟକ୍ରମ ଧୁମଧାମରେ ଚାଲିଥିବା ବେଳେ ବିବାହର ୨ ଦିନ ପୂର୍ବରୁ ବର କେଉଁଆଡେ ଛୁ’ ମାରିଲେ।

ଆଉ କନିଆଁ ସାଜିଥିବା ଯୁବତୀ ଜଣକ ମଣ୍ଡପରେ ବସିଥିବା ବେଳେ ପରିବାର ଲୋକେ କ’ଣ କରିବେ ଭାଙ୍ଗି ପଡିଥିଲେ । ଏହି ସମୟରେ ଯୁବତୀ ଜଣକ ପରିବାର ଲୋକଙ୍କ ସମ୍ମାନ ରଖିବାକୁ ଯାଇ ଏକ ଖଣ୍ଡାକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ଶେଷରେ ତାହା ହିଁ ହେଲା। କନିଆ ଜଣକ ନିଜର ଗର୍ଭରେ ଥିବା ସନ୍ତାନକୁ ନାମ ଦେବା ପାଇଁ ଖଣ୍ଡାକୁ ବିବାହ କଲେ । ୨୨ ବର୍ଷର ମେଲିନାଙ୍କ ବିବାହ ହିନ୍ଦୁ ଧର୍ମ ଅନୁଯାୟୀ ହୋଇଛି । ମା’ ହେବାକୁ ଥିବା ମେଲିନାଙ୍କ ବିବାହ ଗତ ଜାନୁଆରୀ ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା ।

ପ୍ରକାଶଯୋଗ୍ୟ ଯେ ହିନ୍ଦୁ ଧର୍ମ ଅନୁଯାୟୀ, ଖଣ୍ଡା ପୁରୁଷତ୍ୱକୁ ଦର୍ଶାଇଥାଏ । ତେଣୁ ଯଦି କାହାର ବିବାହ ବେଳେ ବର ନ ଆସିଲେ ଠକିଦେଲେ କିମ୍ବା ମୃତ୍ୟୁ ହୋଇଗଲା, ଏହି ସମୟରେ କନ୍ୟାକୁ ଏକ ଖଣ୍ଡା ସହ ବିବାହ କରିବାର ବ୍ୟବସ୍ଥା ରହିଛି । ଯାହା ଫଳରେ କନ୍ୟାର ସମ୍ମାନ ରକ୍ଷା ହେବା ସହ ପରିବାରର ସମ୍ମାନ ମଧ୍ୟ ରକ୍ଷା ହୋଇପାରିବ ।

Leave a Reply

Your email address will not be published. Required fields are marked *