ସଂସ୍କାର : ଉତ୍ତରପ୍ରଦେଶରେ ଚାଲିଛି ବର୍ତ୍ତମାନ ନିର୍ବାଚନ ତାତି। ଏଠାରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ନିର୍ବାଚନୀ ମାହୋଲରେ ବ୍ୟସ୍ତ। ବିଭିନ୍ନ ରାଜନେତା ଆଉ ରାଜନୈତିକ ଦଳ ସତ୍ତାକୁ ଆସିଲେ ଲୋକଙ୍କ ପାଇଁ କାମ କରିବେ ବୋଲି ପ୍ରଚାର କରୁଛନ୍ତି। କିନ୍ତୁ ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଏକ ଖବର ଉତ୍ତରପ୍ରଦେଶରୁ ଆସିଛି। ଆଉ ଏହି ଖବର ବର୍ତ୍ତମାନ ଦେଶରେ ଆଲୋଚନାର କାରଣ ସାଜିଛି।
ତେବେ ଖବରଟି ହେଲା ଟ୍ରେନର ଡ୍ରାଇଭରକୁ ନେଇ। ଟ୍ରେନ ଡ୍ରାଇଭରକୁ ନିଦ ଆସିବାରୁ ସେ ଅଧା ରାସ୍ତାରେ ଟ୍ରେନକୁ ଛାଡି ଚାଲିଗଲେ ଶୋଇବା ପାଇଁ। ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି ୟୁପିର ଏକ ରେଳ ଷ୍ଟେସନରେ।
ଉତ୍ତର ପ୍ରଦେଶ ଶାହଜାହାଁପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏହି ଅଜବ ଘଟଣା । ଏଠାରେ ବାଲାମଓ ପାସେଞ୍ଜର ଟ୍ରେନର ଡ୍ରାଇଭରଙ୍କ ନିଦ ପୁରା ହୋଇ ନଥିବାରୁ ସେ ଟ୍ରେନ ଚଳାଇବାକୁ ମନା କରିଦେଇଥିଲେ । ଏହି କାରଣରୁ ଯାତ୍ରୀ ଭର୍ତ୍ତି ଟ୍ରେନଟି ଷ୍ଟେସନରେ ଦୀର୍ଘ ଅଢେଇ ଘଂଟା କାଳ ଅଟକି ରହିଥିଲା ଓ ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଂଚିବାକୁ ବ୍ୟାକୁଳ ହେଉଥିଲେ ।
ସୂଚନା ମୁତାବକ ବାଲାମଓ ପାସେଞ୍ଜର ଟ୍ରେନ ଗୁରୁବାର ରାତି ସାଢେ ତିନିରେ ଶାହଜାହାଁପୁର ଷ୍ଟେସନରେ ପହଂଚିଥିଲା । ଯେଉଁ ଡ୍ରାଇଭର ଟ୍ରେନକୁ ଚଳାଇ ଶାହଜାହାଁପୁର ଷ୍ଟେସନ ଆସିଥିଲେ । ଟ୍ରେନ ସେଠାରେ ପହଂଚିବା ପରେ ଡ୍ରାଇଭର ଜଣଙ୍କ ତାଙ୍କର ନିଦ ପୁରା ହୋଇନଥିବା ଦର୍ଶାଇ ଟ୍ରେନରୁ ଓହ୍ଲାଇ ଶୋଇବାକୁ ପଳାଇଥିଲେ । ଏହାପରେ ଟ୍ରେନଟି ଷ୍ଟେସନରେ ପୂରା ଅଢେଇ ଘଂଟାକାଳ ଠିଆ ହୋଇ ରହିଥିଲା ।
ସେପଟେ ଏହି ଅଜବ ଘଟଣା ବାବଦରେ ମୁହଁ ଖୋଲିଛନ୍ତି ଶାହାଜାହାନପୁର ରେଳ ଅଧୀକ୍ଷକ ଅମରେନ୍ଦ୍ର ଗୌତମ। ସେ କହିଛନ୍ତି ଯେ ରୋଜା ଜଙ୍କସନରେ ରାତିର ବିଶ୍ରାମ ପରେ ଉକ୍ତ ଡ୍ରାଇଭର ସକାଳେ ଟ୍ରେନକୁ ନେଇଯାଇଥିଲା।
ରାତିରେ ସେ ସଠିକ ଭାବରେ ବିଶ୍ରାମ ନେଇ ନ ଥିବା ହେତୁ ଟ୍ରେନ୍ ଡ୍ରାଇଭର ସକାଳେ ଟ୍ରେନ୍ ନେବାକୁ ମନା କରିଦେଇଥିଲା, ମାତ୍ର ଶୋଇ ଉଠିବା ପରେ ସେ ଟ୍ରେନ୍ ନେଇଥିଲା। ତେବେ ଏହି ଖବର ଜଣା ପଡିବା ପରେ ଆପଣ ବି ଭାବିବାକୁ ବାଧ୍ୟହେବେ କି, ଦେଶର କେବଳ ନେତା ନୁହଁନ୍ତି ଜନତାଙ୍କୁ ଦୁଦ୍ଦଶା ପାଇଁ ପ୍ରଶାସନ ବା ସରକାରୀ କର୍ମଚାରୀ ମଧ୍ୟ ସମାନ ପରିମାଣରେ ଦାୟୀ ।