ଗୋଟିଏ ପଟେ କରୋନା ମହାମାରୀକୁ ନେଇ ଦେଶ ସାରା କଟକଣା ଓ ସତର୍କତା ଚାଲିଥିଲା ବେଳେ ତେଣେ ରାଜନୈତିକ ଦଳମାନଙ୍କ ଭିତରେ ଟଣାଓଟରା । ମଧ୍ୟପ୍ରଦେଶରେ ବିଧାନସଭା ଉପ-ନିର୍ବାଚନ ହେବାକୁ ଥିଲାବେଳେ ମଙ୍ଗଳବାର ଦିନ ଛତିଶଗଡ଼ କଂଗ୍ରେସ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସୋସିଆଲ ମିଡ଼ିଆରେ “ଗଣତନ୍ତ୍ରର ଗଦ୍ଦାର” କୁହାଯାଇଛି । ଏହି ଟ୍ୱିଟକୁ ନେଇ ଉଠିଛି ଏବେ ରାଜନୀତିରେ ଝଡ଼ ।
ଏଇ କିଛି ଦିନ ତଳେ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଛତିଶଗଡ଼ କଂଗ୍ରେସ କେତେ ଗୁଡ଼ିଏ ଟ୍ୱିଟ୍ କରିଛନ୍ତି । କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ କରାଯାଇଥିବା ପ୍ରଥମ ବିବାଦୀୟ ଟ୍ୱିଟ୍ କିନ୍ତୁ ସିଧାସଳଖ ସିନ୍ଧିଆଙ୍କୁ ଆକ୍ଷେପ କରି “ଗଣତନ୍ତ୍ରର ଗଦ୍ଦାର” ଲେଖାଯାଇଛି । ଆଉ ଏକ ଟ୍ୱିଟରେ ଗ୍ୱାଲିୟର ମହାରାଜାଙ୍କ ଦ୍ଵାରା ସିନ୍ଧିଆଙ୍କ ଉପରେ ‘ସଂଘୀୟ’ ହେବାର ଆରୋପ ଲାଗିଛି । ଏସବୁ ଆଉ ବିଜେପିକୁ ଟାର୍ଗେଟ ନୁହେଁ ତ !
ଏହି ବିଶ୍ଵ ମହାସଙ୍କଟ କରୋନା ସମୟରେ ଡିଜିଟାଲ ଏମିତି ଏକ ପ୍ଲାଟଫର୍ମ ଯାହା କେବଳ ସାଧାରଣ ଜନତାଙ୍କୁ ନିଜ ମାନସିକ ସ୍ଥିତି ବଜାୟ ରଖିବାରେ ସାହାଯ୍ୟ କରୁନି ବରଂ ରାଜନୈତିକ ଦଳୀୟ ନେତାମାନଙ୍କୁ ଜନତାଙ୍କ ପାଖରେ ପହଞ୍ଚାଉଛି । ସୋସିଆଲ ମିଡ଼ିଆ ନାନା ବୟାନବାଜି, ଆରୋପ-ପ୍ରତ୍ୟାରୋପରେ ବିତୁଛି ସେମାନଙ୍କ ସମୟ ।
ଏପରି ସମୟରେ ମଧ୍ୟପ୍ରଦେଶରେ ୨୪ ଟି ଆସନ ପାଇଁ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନ ପୂର୍ବରୁ ଛତିଶଗଡ଼ କଂଗ୍ରେସ ଟ୍ୱିଟର ଆକାଉଣ୍ଟରୁ କ୍ରମାଗତ ବିବାଦୀୟ ମୂଳକ ଟ୍ୱିଟ କରାଯାଉଛି । ଏମିତିକି ମଙ୍ଗଳବାର ଦିନ ସକାଳୁ କଂଗ୍ରେସ ସରକାର ଗଠନ ସମ୍ଭାବନା ନେଇ ଟ୍ୱିଟରେ କୁହାଯାଇଛି ଯେ କମଲନାଥ ପୁଣି ମୁଖ୍ୟମନ୍ତ୍ରୀ ହେବେ ।