ସଂସ୍କାର: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ରୁଷର ସାମରିକ ଆକ୍ରମଣ ତୀବ୍ର ହୋଇଛି। ରୁଷର୍ ସୈନ୍ୟମାନେ ୟୁକ୍ରେନର ସାମରିକ ବେସକୁ ଟାର୍ଗେଟ କରୁଛନ୍ତି। ଫେବୃଆରୀ ୨୪, ଗୁରୁବାର ସକାଳ ୮ ଟା ୩୦ରେ ୟୁକ୍ରେନରେ ପ୍ରଥମେ ଆକ୍ରମଣ କରିଥିଲା ରୁଷ୍। ଏହାପରଠାରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଭିଡିଓ ଭାଇରାଲ ହୋଇଛି।
ଅନେକ ଭାବପ୍ରବଣ ଭିଡିଓଗୁଡ଼ିକ ମଧ୍ୟରୁ ଗୋଟିଏ ଭିଡ଼ିଓ ଖୁବ୍ ଭାଇରାଲ ହେଉଛି। ଯାହା ଏହା ଦେଖିବା ପରେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ। ଝିଅ ଠାରୁ ଅଲଗା ହେବାବେଳେ ବାପା କାନ୍ଦିବାକୁ ଲାଗିଛନ୍ତି। ଆଉ ବାପା ଝିଅର ଏହି କାନ୍ଦ ଦେଖି ଅନେକ ସୋସିଆଲ ମିଡ଼ିଆ ୟୁଜର ଭାବପ୍ରବଣ ହୋଇଛନ୍ତି।
ଋଷ-ୟୁକ୍ରେନ ଯୁଦ୍ଧର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଭିଡ଼ିଓଟି ସମସ୍ତଙ୍କୁ ଭାବବିହୁଳ କରିଦେଇଛି। ତେବେ ଆପଣ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବାପା ବସ୍ରେ ତାଙ୍କ ଝିଅକୁ ବିଦାୟ ଦେଉଛି।
ଆଉ ଏହି ସମୟରେ ବାପା ଏବଂ ଝିଅର ଆଖିରୁ ଲୁହ ଝରି ଆସିଛି। ଏହି ଭିଡିଓ ଟ୍ୱିଟରରେ @ ଲିଲ_ୱିଣ୍ଡ ନାମକ ଏକ ଆକାଉଣ୍ଟ ସହିତ ସେୟାର କରାଯାଇଛି। ଯାହା ତିନି ଲକ୍ଷରୁ ଅଧିକ ଭ୍ୟୁ ହୋଇଛି।
ଭିଡିଓର କ୍ୟାପସନରେ ଲେଖା ହୋଇଛି ‘ଜଣେ ୟୁକ୍ରେନ ପିତା ତାଙ୍କ ପରିବାରକୁ ବିଦାୟ ଦେଉଛନ୍ତି, ଯେତେବେଳେ କି ସେ ନିଜେ ଋଷ ସହ ଲଢ଼ିବା ପାଇଁ ୟୁକ୍ରେନରେ ରହିବେ।’ ଭିଡିଓ ଦେଖିବା ପରେ ଅନେକ ଲୋକ ଭାବପ୍ରବଣ ମନ୍ତବ୍ୟ ଦେଇଥିଲେ। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଭଗବାନ ଏହି ପିତା ଓ ୟୁକ୍ରେନକୁ ସୁରକ୍ଷା ଦିଅନ୍ତୁ।’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଭଗବାନ ଏହି ବ୍ୟକ୍ତିଙ୍କୁ ଯଥାଶୀଘ୍ର ତାଙ୍କ ପରିବାର ସହିତ ପୁଣି ଭେଟ କରାଇ ଦିଅନ୍ତୁ।’ ତୃତୀୟ ଉପଭୋକ୍ତା ଲେଖିଛନ୍ତି, ‘ଏହା ପ୍ରକୃତରେ ହୃଦୟ ବିଦାରକ ଭିଡିଓ।’