ରୁଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନୀୟ କାର ଉପରେ ଚଢ଼ିଗଲା ରୁଷର ଟ୍ୟାଙ୍କର, ଦେଖନ୍ତୁ ମୃତର ଭୟଙ୍କର ଭିଡିଓ

ସଂସ୍କାର : ରୁଷ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧର ଆଜି ହେଉଛି ପଞ୍ଚମ ଦିନ। ପ୍ରତିଦିନ ଏହି ଦୁଇ ଦେଶର ଯୁଦ୍ଧ ସମୟର ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ ବର୍ତ୍ତମାନ ଆସୁଛି। ଆଉ ଏହି ଭିଡ଼ିଓ ଗୁଡିକ ଦେଖିଲେ ଜଣାପଡୁଛି ଯେ, ୟୁକ୍ରେନର ଲୋକେ କେତେ ଭୟଭୀତ ହୋଇ ରହିଛନ୍ତି। ରୁଷର ସେନା ୟୁକ୍ରେନର ଅନେକ ଅଞ୍ଚଳ ଉପରେ ଆକ୍ରମଣ କରି ୟୁକ୍ରେନର ସାମରିକ ବେସକୁ ଧ୍ୱଂସ କରିଦେଇଛି। ୟୁକ୍ରେନର ରାଜଧାନୀ କିଭ ରାସ୍ତାରେ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଲୋକମାନଙ୍କୁ ଘରୁ ବାହାରକୁ ନଯିବାକୁ ସ୍ଥାନୀୟ ପ୍ରଶାସନ ସଚେତନ କରିଛି।

ଏହି ସମୟରେ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଯାହା କିଭ ର୍ ବୋଲି କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ରୁଷର୍ ଟ୍ୟାଙ୍କ କିପରି ୟୁକ୍ରେନ କାରକୁ ନଷ୍ଟ କରିଛି। ରୁଷ୍ ଟ୍ୟାଙ୍କରଟି ୟୁକ୍ରେନର ରାସ୍ତାରେ ଚାଲୁଥିବା ଗୋଟିଏ କାର ଉପରକୁ ଚଢ଼ିଯାଇଛି। ଆଉ କାରରେ ଯାଉଥିବା ସମସ୍ତ ୩ ଜଣ ଲୋକ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁର ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଦାବି କରିଛି ଯେ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୧୫୦୦ ରୁ ଅଧିକ ରୁଷ୍ ସୈନିକ ମୃତ୍ୟୁବରଣ କରିଛନ୍ତି। ବାସ୍ତବରେ ଏହି ଭିଡିଓଟି @ଜସନ ହନିଫିନ୍ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଲକ୍ଷ ଥର ଦେଖାଯାଇଛି।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *