ମୁହୂର୍ତ୍ତରେ ଚାଲିଯିବ କୋଟି କୋଟି ଲୋକଙ୍କ ଜୀବନ, ୧୮ ହଜାର ବର୍ଷ ପଛକୁ ଚାଲିଯିବ ସାରା ଦୁନିଆ, ପରମାଣୁ ଯୁଦ୍ଧ ହେଲେ ଜାଣନ୍ତୁ କ’ଣ ହେବ?

ସଂସ୍କାର : ଗତ ଏକ ସପ୍ତାହ ହେବ ଚାଲିଛି ରୁଷ୍ ଆଉ ୟୁକ୍ରେନର ମହାଯୁଦ୍ଧ। ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୁପ ନେବାରେ ଲାଗିଛି। କୌଣସି ଦେଶ ଆଲୋଚନା ପାଇଁ ପ୍ରସ୍ତୁତ ହେଉନାହାନ୍ତି।ସେପଟେ ରୁଷ୍ ଆଉ ୟୁକ୍ରେନର ଯୁଦ୍ଧକୁ ଦେଖିଲେ ଲାଗୁଚି ତୃତୀୟ ବିଶ୍ଵଯୁଦ୍ଧ ନିକଟତର ହୋଇ ଆସୁଛି। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ବର୍ତ୍ତମାନ ତୃତୀୟ ବିଶ୍ଵଯୁଦ୍ଧ ନିକଟତର ବୋଲି ଆଲୋଚନା ହେଉଛି। ତେବେ ୧୯୪୫ ମସିହା ସାରା ବିଶ୍ଵ ପାଇଁ ଥିଲା ଅଭିଶପ୍ତ।

ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ମାଡ଼ କରିଥିଲା ଆମେରିକା। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ହଠାତ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ। କେହି କିଛି ବୁଝିବା ପୂର୍ବରୁ ଚାଲି ଯାଇଥିଲା ହଜାର ହଜାର ଜୀବନ। ଲୋକେ ବସିଥିଲେ ସତ ହେଲେ ଶରୀରରେ ଆରମ୍ଭ ହୋଇଥିଲା ଜଳାପୋଡା।

ଏବେ ପୁଣି ଥରେ ଘଟଣାର ପୁନରାବୃତି ହେବାକୁ ଯାଉଛି ଅର୍ଥାତ ଋଷ ଓ ୟୁକ୍ରେନ ଯୁଦ୍ଧ ଏବେ ତୃତୀୟ ବିଶ୍ଵ ଯୁଦ୍ଧ ମୁହାଁ ହୋଇଛି। ପ୍ରତି ଅଧ ଘଣ୍ଟାରେ ହେବ ୧୦ କୋଟି ଲୋକଙ୍କ ମୃତ୍ୟୁ। ୧୮ ହଜାର ବର୍ଷ ପଛକୁ ଚାଲିଯିବ ସାରା ବିଶ୍ଵ। ୧୯୪୫ ଅଗଷ୍ଟ ମାସର ଘଟଣାରେ ହୋଇପାରେ ପୁନରାବୃତି। ଏବେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଆଶଙ୍କା ବଢିଛି ଓ ଥରହର ଅଛି ସାରା ବିଶ୍ଵ।

ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ବର୍ତ୍ତୀ ଯାଇଥିବା ଲୋକେ କୁହନ୍ତି, ସେଦିନର ଘଟଣା ମନେ ପଡିଲେ ଆଜି ବି ଦେହ ଥରି ଉଠେ। ଯଦିଓ ଯୁଦ୍ଧ ଏବେ ଏକ ଭିନ୍ନ ମୋଡ ନେଇଛି ହେଲେ ବିପଦ କମି ନାହିଁ। ଆମେରିକା ସହ ପାଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନକୁ ବଢାଇଛନ୍ତି ସହାୟତାର ହାତ। ତଥାପି ଜିଦରେ ଅଟଳ ଋଷ ରାଷ୍ଟ୍ରପତି। କେବଳ ଜିଦ ନୁହେଁ ଚେତାବନୀ ବି ଦେଇଛନ୍ତି।

ପୁତିନ୍ କହିଛନ୍ତି ଯଦି କୌଣସି ବାହାର ଦେଶ ଯୁଦ୍ଧ ମଝିରେ ଆସେ ତାଙ୍କୁ ବି ଛାଡ଼ିବୁନି। ଆଇସିଏଏନ ରିପୋର୍ଟ ଅନୁଯାଇ ଗୋଟିଏ ପରମାଣୁ ବୋମା ବଦଳାଇ ଦେଇ ପାରେ ଗୋଟେ ସହରର ମାନଚିତ୍ର । ଆଉ ଯଦି ପରମାଣୁ ବୋମା ସଂଖ୍ୟା ୧୦ କିମ୍ବା ୧୦୦ ହୁଏ ତା ହେଲେ ଲକ୍ଷାଧିକ ଲୋକ ଆଖି ପିଛୁଳାକେ ମରିଯିବେ। ସାରା ବିଶ୍ଵର ପରିବେଶ ବିଗିଡିଯିବ। ଏମିତି କି ଭାରତରେ ମଧ୍ୟ ପଡିପାରେ ଏହାର ପ୍ରଭାବ।

କେବଳ ସେତିକି ନୁହେଁ ଯଦି ବିଶ୍ଵରେ ଥିବା ପରମାଣୁ ଅସ୍ତ୍ର ଗୁଡିକର ଏକ ପ୍ରତିଶତରୁ କମ ଯୁଦ୍ଧରେ ବ୍ଯବହୃତ ହୁଏ, ତେବେ ଦୁଇ ହଜାର କୋଟି ଲୋକେ ଅନାହାରରେ ପୀଡିତ ହେବେ ଏହା ସହ ଭୁସୁଡି ଯାଇପାରେ ସମଗ୍ର ବିଶ୍ଵର ସ୍ୱାସ୍ଥ୍ୟ ବ୍ୟବସ୍ଥା।

ଯେତେବେଳେ ପରମାଣୁ ବୋମା ପଡେ ବିନାଶ ପାଇଁ ଲାଗେ ମାତ୍ର ୧୦ ସେକେଣ୍ଡ ହେଲେ ଅନେକ ବର୍ଷ ପର୍ଯ୍ୟନ୍ତ ରହିଯାଏ ଏହାର ପ୍ରଭାବ। ଅନେକ ବର୍ଷ ପରେ ମଧ୍ୟ ଲୋକ କ୍ୟାନ୍ସର ରୋଗର ଶିକାର ହୋଇଥାନ୍ତି। ଏହା ସହ ଲୋକେ ଦ୍ରୁଷ୍ଟି ଶକ୍ତି ମଧ୍ୟ ହରାଇଥାନ୍ତି। ଏପରି ପରିସ୍ଥିତିରେ ଯଦି ତୃତୀୟ ବିଶ୍ଵ ଯୁଦ୍ଧ ହୁଏ ତା ହେଲେ ପରିସ୍ଥିତି କଣ ହେବ ତାକୁ ନେଇ ଉଠୁଛି ପ୍ରଶ୍ନ।

Leave a Reply

Your email address will not be published. Required fields are marked *