ସଂସ୍କାର : ଭାରତୀୟଙ୍କୁ ଢାଲ ଭାବରେ ବ୍ୟବହାର କରୁଛନ୍ତି ୟୁକ୍ରେନୀୟ ସେନା। ଖାର୍କିଭରେ ୟୁକ୍ରେନୀୟ ସେନା ଭାରତର ଛାତ୍ରଛାତ୍ରୀମାନଙ୍କୁ ନିଜର ରକ୍ଷା ପାଇଁ ମାନବ ଢାଲ ଭାବରେ ବ୍ୟବହୃତ କରୁଛନ୍ତି। ତେବେ ଏହାରି ମଧ୍ୟରେ ଭାରତବାସୀଙ୍କ ପାଇଁ ଏକ ଆରାମ ଦାୟକ ଖବର ଆସିଛି। ଖାର୍କିଭରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ରୁଷ ୬ ଘଣ୍ଟା ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛି।
ସେଠାରେ ଫଶୀ ରହିଥିବା ଭାରତୀୟ ଲୋକଙ୍କୁ ଖାର୍କିଭରୁ ୟୁକ୍ରେନର ଚତୁର୍ଦ୍ଦିଗରେ ଥିବା ସୀମାକୁ ସୁରକ୍ଷିତ ଭାବେ ନେବା ପାଇଁ ଏହି ୬ ଘଣ୍ଟା ଯୁଦ୍ଧ ବିରତି ନିଆଯାଇଛି।
ବୁଧବାର ରାତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ। ଏହି ସମୟ ମଧ୍ୟରେ ନରେନ୍ଦ୍ର ମୋଦି ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର ପ୍ରସଙ୍ଗ ଉଠାଇଥିଲେ।
ରୁଷର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ରୁଷର ସେନା ଭାରତୀୟଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି। ଖାର୍କିଭରେ ୟୁକ୍ରେନ ସୈନ୍ୟ ଭାରତୀୟ ଛାତ୍ରମାନଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାହେବା ବେଳେ ଭ୍ଲାଦିମିର ପୁଟିନ ନିଶ୍ଚିତ କରିଛନ୍ତି ଯେ ରୁଷ୍ ସେନାମାନଙ୍କୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଯୁଦ୍ଧ ଅଞ୍ଚଳରୁ ବାହାର କରି ଭାରତ ପଠାଇବା ପାଇଁ ସମସ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଦିଗରେ ରୁଷର ସେନା ସମସ୍ତ ପ୍ରକାର ଉଦ୍ୟମ କରିବ ବୋଲି ସେ କହିଛନ୍ତି।
ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ରୁଷର ସେନା ଦ୍ୱାରା ଖାର୍କିଭରୁ ରୁଷ ପର୍ଯ୍ୟନ୍ତ ଏକ ସୁରକ୍ଷିତ କରିଡର ନିର୍ମାଣ ବିଷୟରେ ମୋଦି ଆଲୋଚନା କରିଥିଲେ। ଆଉ ଆଜି ରୁଷ ଯୁଦ୍ଧକୁ ୬ ଘଣ୍ଟା ବନ୍ଦ କରିବାକୁ ରାଜି ହୋଇଛି।
ସୂଚନାଯୋଗ୍ୟ ଯେ ୟୁକ୍ରେନର ଖାର୍କିଭ୍ ସହରରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନଙ୍କୁ ସ୍ୱଦେଶକୁ ଆଣିବା ପାଇଁ ଭାରତ ସରକାର ପୁର୍ଣ୍ଣ ପ୍ରସ୍ତୁତିରେ ଲାଗିଛନ୍ତି।