ସଂସ୍କାର : ଦୀର୍ଘ ୯ ଦିନ ହେବ ରୁଷ, ୟୁକ୍ରେନ ଉପରେ ଆକ୍ରମଣ କରୁଛି ଏବଂ ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଏହି ଭୟାନକ ଦୃଶ୍ୟ ଦ୍ୱାରା ସମସ୍ତେ ଚିନ୍ତିତ ଅଛନ୍ତି। ଏହାରି ମଧ୍ୟରେ ରୁଷର ଜଣେ ସୈନିକଙ୍କର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ରୁଷର ସୈନିକଙ୍କ ଆଖିରୁ ଲୁହ ବାହାରୁଛି। ସେ ଭୋ ଭୋ କାନ୍ଦୁଛନ୍ତି।
ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ରୁଷୀୟ ସୈନିକ, ୟୁକ୍ରେନର ସୈନିକଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ, ଏହା ପରେ ୟୁକ୍ରେନବାସୀ ତାଙ୍କୁ ଖାଦ୍ୟ ଦେଇଥିଲେ ଏବଂ ଫୋନ୍ ମାଧ୍ୟମରେ ତାଙ୍କ ମାଆଙ୍କ ସହ କଥା କରାଇଥିଲେ। ରୁଷର ସୈନିକ ତାଙ୍କ ମାଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଲେ।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଭିଡିଓକୁ ଜଣେ ବ୍ୟକ୍ତି ଟ୍ୱିଟରରେ ସେୟାର କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ୟୁକ୍ରେନରେ ଜଣେ ରୁଷର ସୈନିକଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାଯାଇଛି। ତେବେ ଏହି ରୁଷ୍ ସୈନ୍ୟ ଭୋକିଲା ଥିବା ଜଣାପଡିଛି। ଆଉ ୟୁକ୍ରେନ ଲୋକମାନେ ଏହି ଭୋକିଲା ସୈନିକଙ୍କୁ ଖାଦ୍ୟ ଦେଇଛନ୍ତି। ରୁଷ୍ ସୈନ୍ୟ ଏହି ଭିଡିଓରେ ଖାଉଥିବାର ଦେଖାଯାଉଛନ୍ତି। ଏହି ସମୟରେ ଯେତେବେଳେ ତାଙ୍କୁ ଭିଡିଓ କଲ ମାଧ୍ୟମରେ ତାଙ୍କ ମାଆଙ୍କ ସହ କଥା କରାଗଲା, ସେତେବେଳେ ସେ କାନ୍ଦିବାକୁ ଲାଗିଥିଲେ। ଭିଡିଓରେ ତାଙ୍କ ଅବସ୍ଥା ଦେଖି ଲୋକମାନେ ମଧ୍ୟ ଭାବପ୍ରବଣ ହୋଇଗଲେ। ଏହି ଯୁବ ସୈନିକ ବିଷୟରେ ଅଧିକ କିଛି ଜଣାପଡିନାହିଁ। ଏହି ଭିଡିଓ କେବେ ଏବଂ କେଉଁଠାରେ ଉତ୍ତୋଳନ ହୋଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ସେୟାର କରାଯାଇ ନାହିଁ।
ଦେଖନ୍ତୁ ଭିଡ଼ିଓ :