ଏହି ତିନୋଟି ସର୍ତ୍ତ ରଖିଲେ ପୁଟିନ୍, ମାନିଲେ ୟୁକ୍ରେନରୁ ଫେରିଯିବେ ରୁଷ ସୈନ୍ୟ, ନଚେତ ହେବ ସର୍ବନାଶ, ଜାଣନ୍ତୁ ସର୍ତ୍ତ ବିଷୟରେ…

ସଂସ୍କାର: ଗତ ଫେବୃଆରୀ ୨୪ ତାରିଖରୁ ୟୁକ୍ରେନ ଆଉ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ, ଏହି ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧ ବନ୍ଦ ହେବ। ଆଉ ଯୁଦ୍ଧ ବନ୍ଦ ହେବା ପୂର୍ବରୁ ରୁଷିଆ ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନକୁ ୩ଟି ସର୍ତ୍ତ ମାନିବାକୁ କହିଛନ୍ତି। ୟୁକ୍ରେନ ଏବଂ ଋଷିଆ ମଧ୍ୟ ରେ ବନ୍ଦ ହେବ ଯୁଦ୍ଧ । ଯଦି ୟୁକ୍ରେନ ମାନିବ ଏହି ତିନୋଟି ସର୍ତ୍ତ । ପୁଟିନ ରଖିଲେ ତିନୋଟି ସର୍ତ୍ତ । ଯଦି ଉକ୍ତ ସର୍ତ୍ତ ଗୁଡ଼ିକ ମାନିବ ୟୁକ୍ରେନ, ତେବେ ହିଁ ବନ୍ଦ ହୋଇଯିବ ଏହି ମହାଯୁଦ୍ଧ। ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ହୋଇଥିବା ଏହି ଯୁଦ୍ଧ ଭୟଙ୍କର ରୁପ ନେଇଛି। ତେବେ ଏହି ଯୁଦ୍ଧରେ ରୁଷିଆକୁ ତାହା ଉଦେଶ୍ୟମୂଳକ ସଫଳତା ମିଳିନାହିଁ।

ଏହାରି ମଧ୍ୟରେ ରୁଷ୍ ରାଷ୍ଟ୍ରପତି ପୁଟିନ୍, ୟୁକ୍ରେନ ସହର ଉପରେ ରୁଷ ସେନା ପକ୍ଷରୁ ହେଉଥିବା ବୋମା ମାଡ଼ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଆଉ ସେ କହିଛନ୍ତି ଯେ, ଯଦି ୟୁକ୍ରେନ ଏହି ୩ଟି ସର୍ତ୍ତ ମାନିବ ତେବେ ହିଁ ଆଲୋଚନା କରିବାକୁ ରୁଷ ଆଗକୁ ଆସିବ। ସେପଟେ ରୁଷ ରାଷ୍ଟ୍ରପତି ଙ୍କ କାର୍ଯ୍ୟାଳୟ ରୁ କ୍ରେମଲୀନ କହିଛନ୍ତି କି ୟୁକ୍ରେନ ସହର ଉପରେ ରୁଷ ସେନା ପକ୍ଷରୁ ବୋମା ମାଡ଼ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଅଟେ।

ପୁଟିନଙ୍କ ଏଭଳି ବୟାନ ତାଙ୍କର ଆଲୋଚନା ସମୟରେ ଆସିଛି। ଏହି ବୟାନରେ ପୁଟିନ ସ୍ପଷ୍ଟ କରି କହିଛନ୍ତି ଯେ, ୟୁକ୍ରେନ ସହିତ ଆଲୋଚନା ସେତେବେଳେ ସମ୍ଭବ ଯେତେବେଳେ ୟୁକ୍ରେନ ରୁଷ ର ସମସ୍ତ ସର୍ତ୍ତକୁ ଗ୍ରହଣ କରିବ। କ୍ରେମଲିନଙ୍କ କହିବା ମୁତାବକ ପୁଟିନ କହିଛନ୍ତି ଯେ, କେବଳ ୟୁକ୍ରେନ ନୁହେଁ ସବୁ ପକ୍ଷଙ୍କ ଆଲୋଚନା ପାଇଁ ରୁଷ ପ୍ରସ୍ତୁତ ରହିଛି । କିନ୍ତୁ ରୁଷ ରଖିଥିବା ୩ଟି ସର୍ତ୍ତକୁ ୟୁକ୍ରେନ ମାନିବା ପରେ ହିଁ ଏହା ସମ୍ଭବ ହେବ । ରୁଷ ରଖିଥିବା ସର୍ତ୍ତ ମୁତାବକ ୟୁକ୍ରେନ ଏକ ନିରପେକ୍ଷ ଏବଂ ଅଣ ପରମାଣୁ ଦେଶ ହେବ। ୟୁକ୍ରେନ କ୍ରିମିଆକୁ ରୁଷରେ ଏକ ଅଂଶ ଭାବରେ ସ୍ୱୀକାର କରିବ ଏବଂ ପୂର୍ବ ୟୁକ୍ରେନର ଵିଛିନ୍ନତାବାଦୀ ଅଞ୍ଚଳଗୁଡ଼ିକର ସାର୍ବଭୌମତ୍ର ସର୍ତ୍ତକୁ ଅନ୍ତର୍ଭୁକ୍ତ କରାଯିବ। ଏହି ସର୍ତ୍ତ ସହିତ ରୁଷ ଓ ୟୁକ୍ରେନ ସହିତ ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆଶା ରଖିଛି ।

ଏହି ସମ୍ବନ୍ଧରେ ରୁଷ୍ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ସରକାର ଏ ନେଇ ଚୁକ୍ତି ସଙ୍ଗତ ଓ ସକରାତ୍ମକ ହୋଇ ଆଲୋଚନା ପାଇଁ ପ୍ରସ୍ତୁତ ହେବା ଉଚିତ। ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ୟୁକ୍ରେନ କଣ ଏହି ତିନୋଟି ସର୍ତ୍ତକୁ ମାନୁଛି ନା ନାହିଁ। ଏହା ସହିତ ଯୁଦ୍ଧ ବନ୍ଦ ହେଉଛି ଅଥବା ୟୁକ୍ରେନ ଏହି ସର୍ତ୍ତ କୁ ନ ମାନି ପୁଣିଥରେ ଯୁଦ୍ଧ କରୁଛି । ଯୁଦ୍ଧ ର ନୂଆ ମୋଡ଼ କିପରି ହେବ ତାହା ୟୁକ୍ରେନ ର ନିର୍ଣ୍ଣୟ ଉପରେ ନିର୍ଭରଶୀଳ।

Leave a Reply

Your email address will not be published. Required fields are marked *