ସଂସ୍କାର ନେଟୱର୍କ: ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରକୁ କିଛି ଅଜଣା ଲୋକେ ଆକ୍ରମଣ କରିଥିଲେ। କୁହାଯାଉଛି ଯେ, ସେମାନେ ବିଜେପିକର୍ମୀମାନେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ବି ଅଟନ୍ତି।
ଏହି ଅଜଣା ଲୋକେ କେଜ୍ରିୱାଲଙ୍କ ସିସିଟିଭି କ୍ୟାମେରା ଓ ସିକ୍ୟୁରିଟି ବ୍ୟାରିୟର ମଧ୍ୟ ଭାଙ୍ଗି ଦେଇଛନ୍ତି। ଯାହାକି ଆମେ ଜାତୀୟ ଗଣମାଧ୍ୟମରେ ଦେଖିଛନ୍ତି। କିନ୍ତୁ ଏହାରି ମଧ୍ୟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ବୟାନ ଦେଇଛନ୍ତି। ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଭାରତୀୟ ଜନତା ପାର୍ଟି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ସେ।
ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସିସୋଦିଆ କହିଛନ୍ତି ଯେ ବିଜେପି କେଜ୍ରିୱାଲଙ୍କୁ ୨୦୨୪ ନିର୍ବାଚନରେ ପରାସ୍ତ କରିପାରିବ ନାହିଁ, ତେଣୁ ହତ୍ୟା କରିବାକୁ ଚାହୁଁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ପ୍ରଦର୍ଶନ ବାହାନାରେ ବିଜେପି ଆକ୍ରମଣ କରିଛି । ଯାହାକି ପୂର୍ବରୁ ଯୋଜନା କରାଯାଇଥିଲା ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ।
ତେବେ ମନୀଷଙ୍କର ଏହି ବୟାନ ବର୍ତ୍ତମାନ ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି (AAP)ର ବିଜୟ ଏବଂ ବିଜେପି ପରାଜୟ ହେତୁ ବିଜେପି କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି।