ମୋଦିଙ୍କୁ ଚିଠି ଲେଖିଲେ ପାକର ନୂଆ ପ୍ରଧାନମନ୍ତ୍ରୀ , ଜାଣନ୍ତୁ ଚିଠିରେ କଣ ହୋଇଛି ଲେଖା..

ସଂସ୍କାର : ଭାରତ ଓ ପାକିସ୍ତାନ ପାଇଁ ପାରିସ୍ପରିକ ଶାନ୍ତି ଓ ସମୃଦ୍ଧିର ସ୍ୱାର୍ଥରେ ଜମ୍ମୁକାଶ୍ମୀର ବିବାଦର ସମାଧାନ ପାଇଁ ଚିଠି ମାଧମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରବିବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି ।

ନିକଟରେ ଶାହବାଜ୍ ସରିଫ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏନେଇ ଭାରତର ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଅଭିନନ୍ଦନ ଜଣାଇଥିଲେ। ଏହି ଚିଠିରେ ପ୍ରଧାନମନ୍ତ୍ରୀ ଆତଙ୍କମୁକ୍ତ ଅଞ୍ଚଳ ବିଷୟରେ କହିଥିଲେ । ଏହାର ଜବାବ ମଧ୍ୟ ରଖିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।

ସେ କହିଛନ୍ତି ଯେ, ଆଞ୍ଚଳିକ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ପାଇଁ ପାକିସ୍ତାନ ସର୍ବଦା ପ୍ରତିବଦ୍ଧ । ଆତଙ୍କବାଦ ମୁକାବିଲା ତଥା ବିଲୋପ କରିବାରେ ଆମର ବଳିଦାନ ଏବଂ ଅବଦାନ ବିଶ୍ୱସ୍ତରରେ ଜଣାଶୁଣା ଏବଂ ଏହାକୁ ମଧ୍ୟ କରାଯାଇଥାଏ । ଆମ ଲୋକ ତଥା ଅଞ୍ଚଳର ପ୍ରଗତି ତଥା ସାମାଜିକ ଅର୍ଥନୈତିକ ଉନ୍ନତି ପାଇଁ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଶାନ୍ତିପୂର୍ଣ୍ଣ ତଥା ସହଯୋଗୀ ସମ୍ପର୍କ ଜରୁରି ଅଟେ ବୋଲି ଆମେ ବିଶ୍ୱାସ କରୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *