ସଂସ୍କାର : ଜଣେ ମହିଳା ନିଜ ପ୍ରସବ ସମୟରେ ସ୍ୱାମୀର ଆବଶ୍ୟକତା ରହିଥିବା ଦର୍ଶାଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଅଭିଯୁକ୍ତ ସ୍ୱାମୀକୁ ୧୫ ଦିନ ପାରୋଲର ଯିବାକୁ ଅନୁମତି ପ୍ରଦାନ କରିଛନ୍ତି ।
ଏହି ମାମଲାର ଶୁଣାଣି କରୁଥିବା ଜୋଧପୁର ହାଇକୋର୍ଟ ବେଞ୍ଚର ନ୍ୟାୟାଧୀଶ ସନ୍ଦିପ ମେହେତା ଓ ଫରଜାଣ୍ଡ କହିଛନ୍ତି ଯେ, ଅଭିଯୁକ୍ତର ପତ୍ନୀଙ୍କୁ ଏହି ସମୟରେ ଅଭିଯୁକ୍ତର ଆବଶ୍ୟକତା ରହିଛି। ତେଣୁ ତାଙ୍କୁ କିଛି ଦିନ ପାଇଁ ପାରୋଲରେ ଯିବାକୁ ଅନୁମତି ପ୍ରଦାନ କରାଯିବ।ଏହି ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ଫରଜାଣ୍ଡ ଅଲି ଶିଶୁର ଅଧିକାରର ସାମାଜିକ ତଥା ସାମ୍ବିଧାନିକ ଦିଗ ଏବଂ ବଂଶର ସୁରକ୍ଷା ଉପରେ ଅଧିକ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ ଯେ କଏଦୀ ନନ୍ଦଲାଲ ଆଜମେର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ 2021 ମସିହାରେ 20 ଦିନ ପାଇଁ ପାରୋଲ୍ ପାଇଥିଲେ। ସେତେବେଳେ ତାଙ୍କର ଆଚରଣ ଭଲ ଥିଲା। ପାରୋଲ୍ ଶେଷ ହେବା ପରେ ସେ ଠିକ୍ ସମୟରେ ଫେରି ଆସିଥିଲେ ଜେଲକୁ। ତାଙ୍କ ପତ୍ନୀ ତାଙ୍କ ଶାଶୁଙ୍କ ଘରେ ରୁହନ୍ତି। ନିକଟରେ ସେ ପାରୋଲରେ ସ୍ୱାମୀଙ୍କୁ ମୁକ୍ତ କରିବା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବାରୁ ସେ ହାଇକୋର୍ଟର ଆଶ୍ରୟ ନେଇଥିଲେ। କଏଦୀଙ୍କ ପତ୍ନୀ କହିଛନ୍ତି ଯେ ସେ ତାଙ୍କ ପରିବାରର ବଂଶ ବୃଦ୍ଧି କରିବାକୁ ଚାହୁଁଛନ୍ତି।