ସଂସ୍କାର : ପେଟ୍ରୋଲ ଦର ଦ୍ରୁତ ଗତିରେ ବଢିବା ପରେ ଏବେ ଇଣ୍ଡିଆନ ଅଏଲ କର୍ପୋରେସନ ଏକ ନୂଆ ରୂପରେ ପେଟ୍ରୋଲକୁ ବଜାର ପ୍ରବେଶ କରାଇଛି । ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ ହୋଇଥିବା ନୂତନ କୌଶଳର ପେଟ୍ରୋଲରୁ ତେଲ ଦର କମିବାର ସମ୍ଭାବନା ରହିଛି ।
ଆସାମର ତିନସୁକିୟା ଜିଲ୍ଲାରେ ୧୫ ପ୍ରତିଶତ ମେଥନାଲ ମିଶ୍ରଣ ହେଉଥିବା ପେଟ୍ରୋଲ ଏମ୧୫କୁ ପାଇଲଟ ପ୍ରୋଜେକ୍ଟ ଭାବେ ପ୍ରବେଶ କରାଯାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ନୀତି ଆୟୋଗର ସଦସ୍ୟ ବି.କେ ସାରସ୍ୱତ ଓ ଆଇଓସିର ଚେୟାରମ୍ୟାନ ଏସଏମ ବୈଦ୍ଦଙ୍କ ଉପସ୍ଥିତିରେ ଶନିବାର ଏମ୧୫ ପେଟ୍ରୋଲ ଜାରି କରାଯାଇଛି ।
ଶ୍ରୀଯୁକ୍ତ ତେଲି କହିଛନ୍ତି ଯେ ମିଥେନାଲ ମିଶ୍ରଣ ଯୋଗୁଁ ବଢୁଥିବା ଇନ୍ଧନ ଦର କମିପାରେ । ତେଲ ଦରକମିଲେ ସାଧାରଣ ଲୋକଙ୍କୁ ବେଶ୍ ଫାଇଦା ମିଳିପାରିବ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୫ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଆମ ରାଜ୍ୟ ରାଜଧାନୀରେ ପେଟ୍ରୋଲ ୧୧୨ ଟଙ୍କା ଟପିଛି।