ଇ-ସ୍କୁଟର ଲଞ୍ଚ ଉପରେ ଲାଗିଲା ସରକାରଙ୍କ କଟକଣା, ଆସିଲା ନୂଆ ଗାଇଡ଼ଲାଇନ

ସଂସ୍କାର: ସରକାର ଦୁଇଚକିଆ ଇଲେକ୍ଟ୍ରିକ ଗାଡ଼ି ନିର୍ମାତାଙ୍କୁ ନୂଆ ଗାଡ଼ି ଲଞ୍ଚ କରିବା ଉପରେ କଟକଣା ଜାରି କରିଛନ୍ତି । ନିକଟରେ ଇ-ସ୍କୁଟର ଜଳିଯାଉଥିବା ଖବର ଲୋକଲୋଚନକୁ ଅଧିକ ମାତ୍ରାରେ ଆସିବା ପରେ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ରାଜଧାନୀରେ ଆୟୋଜିତ ଏକ ବୈଠକରେ ଏ ନେଇ ଆଲୋଚନା କରିଥିଲେ । କେତେକ କମ୍ପାନୀ ସହିତ ବିଚାରବିମର୍ଶ କରିବା ପରେ ଜଣେ ଅଧିକାରୀ କହିଛନ୍ତି ଯେ, ଇଭି ନିର୍ମାତାଙ୍କୁ ମୋଖିକ ଭାବେ ନୂତନ ଗାଡ଼ି ଲଞ୍ଚ କରିବା ଉପରେ କଟକଣା ଜାରି କରାଯାଇଛି ।

ଗାଡ଼ିରେ ନିଆଁ ଲାଗିବାର କାରଣ ଓ ଏହାର ପ୍ରତିକାର ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିନାହିଁ । ଏନେଇ ଆବଶ୍ୟକ ପଦକ୍ଷେପ ମଧ୍ୟ ମହଜୁଦ ରଖାଯାଇନାହିଁ । ସମସ୍ତ ଇଲେକ୍ଟ୍ରି ଦୁଇଚକିଆ ନିର୍ମାତାଙ୍କୁ ସ୍ୱଇଚ୍ଛାରେ ସମସ୍ତ ଗାଡ଼ି ପୁଣି ଫେରାଇଦେବା ପାଇଁ କୁହାଯାଇଛି ।

ଯେତେବେଳେ ଇଭିର ନିଆଁ ଲାଗିବା ମାମଲା ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସିଲା ସେତେବେଳେ ସରକାର ଇଭି କମ୍ପାନୀଗୁଡିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଯାହା ପରେ ଅନେକ କମ୍ପାନୀ ସେମାନଙ୍କର ଗାଡି ଗ୍ରାହକଙ୍କ ଠାରୁ ଫେରାଇ ଆଣିଛନ୍ତି।

Leave a Reply

Your email address will not be published. Required fields are marked *