ଠିକ ସମୟରେ ବିବାହ ମଣ୍ଡପରେ ପହଁଚିଲେନି ବର, ଅନ୍ୟ ଜଣଙ୍କୁ ବିବାହ କଲେ କନ୍ୟା, ପଢ଼ନ୍ତୁ ସମ୍ପୂର୍ଣ୍ଣ ମାମଲା….

ସଂସ୍କାର : ବିବାହ, ଏକ ପବିତ୍ର କାର୍ଯ୍ୟ। ବିବାହ ହେବା ପାଇଁ ପ୍ରତ୍ୟେକ ଯୁବକ ଯୁବତୀଙ୍କର ମନରେ ଇଚ୍ଛା ରହିଥାଏ। ଆଉ ସେପଟେ ବାପାମାଆମାନେ ମଧ୍ୟ ହାତକୁ ଦି ହାତ ପିଲାମାନଙ୍କୁ କରିବାରେ ଖୁସିଥାନ୍ତି। କିନ୍ତୁ ବିବାହ ଦିନ ଯଦି କିଛି ଏପଟସେପଟ ହୋଇଯାଏ, ତେବେ ତ କଥା ସରିଲା। ପୁଅ ଘର ଲୋକ ଝିଅ ଘରକୁ ଦୋଷ ଦେଉଥିବେ ଆଉ ଝିଅ ଘର ଲୋକ ପୁଅ ଘରକୁ ଦୋଷ ଆରୋପ କରୁଥିବେ। ଏଭଳି ପରିସ୍ଥିତିରେ କିଛି ବି ସମାଧାନ ହୋଇ ପାରିବ ନାହିଁ। ଆଉ ଶେଷରେ ବିବାହଟି ଭାଙ୍ଗିଯିବ। ତେବେ ନିକଟରେ ଏଭଳି ଏକ ଘଟଣା ଘଟିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି।

ମହାରାଷ୍ଟ୍ରର ବୁଲଡାନାରେ ଏକ ରୋଚକ ଘଟଣା ଘଟିଛି | ଯେତେବେଳେ ବର ଚାରି ଘଣ୍ଟା ଧରି ବିବାହ ମଣ୍ଡପରେ ପହଂଚିଲେ ନାହିଁ, ସେତେବେଳେ ପରିବାର ସଦସ୍ୟଙ୍କ ସହମତି ପରେ କନ୍ୟା ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ତେବେ ବର ଯେତେବେଳେ ବିବାହ ମଣ୍ଡପରେ ପହଞ୍ଚିଲା, ସେତେବେଳେକୁ କନ୍ୟାର ବିବାହ କାର୍ଯ୍ୟ ସାରିଯାଇଥିଲା। ଆଉ ଏହା ଜାଣି ସେ ମୁଣ୍ଡରେ ହାତ ଧରି ବସିଗଲା। ବର ଜଣକ କନ୍ୟାଙ୍କ ପରିବାର ସହିତ ଝଗଡ଼ା ଲାଗିଥିଲେ। କିନ୍ତୁ ଏହି ଝଗଡ଼ା କିଛି କାର୍ଯ୍ୟକୁ ଆସିଲା ନାହିଁ । ଯେତେବେଳେ ସେ କିଛି ବୁଝିବା ପୂର୍ବରୁ, କନ୍ୟାକୁ ବାହା ହୋଇଥିବା ବର , କନ୍ୟାଙ୍କୁ ନେଇ ଗାଡିରେ ବସି ପଳାଇଥିଲେ।

ଏହି ରୋଚକ ଘଟଣା ମହାରାଷ୍ଟ୍ରର ବୁଲଡାନା ଜିଲ୍ଲାର ମାଲକପୁର ପାଙ୍ଗ୍ରା ଗ୍ରାମରେ ଘଟିଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ବିବାହର ସମସ୍ତ ପ୍ରସ୍ତୁତି ମଣ୍ଡପରେ କରାଯାଇଥିଲା ଏବଂ ବିବାହ ସମାରୋହର ଶୁଭ ସମୟ ଅପରାହ୍ନ 4 ଟାରେ ରଖାଯାଇଥିଲା। ବର ଏବଂ ତାଙ୍କ ପରିବାର ଲୋକେ କନ୍ୟାକୁ ବିବାହ କରି ନେବାକୁ ଡେରିରେ ପହଁଚିଥିଲେ। ରାତି 8 ଟା ପର୍ଯ୍ୟନ୍ତ ମଣ୍ଡପରେ ପହଞ୍ଚି ନଥିଲେ। କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ବର ଏବଂ ତାଙ୍କ ସାଙ୍ଗମାନେ ନାଚ ଗୀତ କରି ଚାରି ଘଣ୍ଟା ଡେରିରେ ଆସିଥିଲେ।

ବରର ମା କହିଛନ୍ତି, ବର ଏବଂ ତାଙ୍କ ସାଙ୍ଗମାନେ ମଦ୍ୟପାନ କରି ଅପରାହ୍ନ 4 ଟା ପରିବର୍ତ୍ତେ ରାତି 8 ଟା ସମୟରେ ମଣ୍ଡପକୁ ଆସିଥିଲେ। ଆଉ ମଣ୍ଡପକୁ ଆସିବା ପରର ଝଗଡ଼ା ଆରମ୍ଭ କରିଥିଲେ ସେମାନେ। ତେବେ ମଦପାନ ଆଉ ଡେରିରେ ଆସିବା କାରଣରୁ ବରକୁ ଏଭଳି ଶାସ୍ତୀ ମିଳିଲା ବୋଲି ସୋସିଆଲ ମିଡ଼ିଆରେ ୟୁଜର ମତ ପ୍ରକାଶ କରିଛନ୍ତି। ସେପଟେ ଦ୍ୱିତୀୟ ବରକୁ ବିବାହ କରି କନ୍ୟା ମଧ୍ୟ ଖୁସି ଅଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *