ସଂସ୍କାର: ସୁଧୁରିବାର ନାଁ ନେଉନି ଉତ୍ତର କୋରିଆ । ଅର୍ନ୍ତଜାତୀୟ ଚାପ ସତ୍ତ୍ୱେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୂର୍ବଭଳି ହିଂସାତ୍ମକ ମନୋଭାବ ରଖିଥିବା ଜଣାପଡ଼ିଛି । ଶନିବାର ଉ.କୋରିଆ ଏକ ବୁଡ଼ାଜାହାଜରୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଯାହାକୁ ନେଇ ଦକ୍ଷିଣ କୋରିଆର ଚିନ୍ତା ବଢିଯାଇଛି ।
ଆମେରିକାର ଚେ୍ତାବନୀ ପରେ ୩ ଦିନ ମଧ୍ୟରେ ଉତ୍ତର କୋରିଆ ଏଭଳି କରିବା ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଥିବାର ସଂକେତ ଦେଉଛି । ଏହି ସପ୍ତାହରେ ଉ.କେରିଆର ଏହା ୨ୟ କ୍ଷେପଣାସ୍ତ୍ର ପରୀକ୍ଷା ସେହିପରି ଉ.କୋରିଆ ଏକ ପରମାଣୁ ପରୀକ୍ଷଣ ସ୍ଥଳରେ ସୁରଙ୍ଗକୁ ପୁନଃ ଖୋଲୁଛି, ଯେଉଁଥିରୁ ଏହି ଆଶଙ୍କା ସୃଷ୍ଟି ହେଉଛି ସେ ପରମାଣୁ ପରୀକ୍ଷଣ କରିପାରେ।
୨୦୧୭ ପରଠାରୁ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ରେଞ୍ଜର ଅନ୍ତରଦ୍ୱୀପ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ସମେତ ୧୫ଟି ଅସ୍ତ୍ରଶସ୍ତ୍ର ପରୀକ୍ଷା କରିଛି । କିଛି ଦିନ ପୂର୍ବେ ମେଗା ସାମରିକ ପରେଡ ସମୟରେ କିମ୍ ଜୋଙ୍ଗ ଉନ ନିଜର ପରମାଣୁ ଶକ୍ତିକୁ ଦ୍ରୁତ ଗତିରେ ବିକାଶ କରିବାକୁ ନେଇ କହିଥିଲେ ।