ସଂସ୍କାର : ଭାଙ୍ଗିପାରେ ପଞ୍ଜାବ ସରକାର । ଏକାଥରକେ ୨୫ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ପାକିସ୍ତାନ ନିର୍ବାଚନ ଆୟୋଗ ପିଟିଆଇର ୨୫ଜଣ ଭିନ୍ନ ଭିନ୍ନ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଏକ ନ୍ୟୁଜ ରିପୋର୍ଟ ଅନୁସାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ନିର୍ବାଚନରେ ହାମଜା ଶେହବାଜଙ୍କୁ ଭୋଟ ଦେଇଥିବା ପିଟିଆଇ ବିଦ୍ରୋହୀଙ୍କ ବିରୋଧରେ ଥିବା ପିଟିସନକୁ ଗ୍ରହଣ କରି ଇସିପି ସର୍ବସମ୍ମତି କ୍ରମେ ଏହି ଘୋଷଣା କରିଛି ।
ଗତ ଏପ୍ରିଲ ୧୬ରେ ଶେହବାଜ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ଶେହବାଜ ୧୯୭ଟି ଭୋଟ ସହିତ ପିିଟିଆଇର ପ୍ରାର୍ଥୀ ପରଭେଜ ଏଲାହିଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ । ଏଥିରେ ପିଟିଆଇର ୨୫ ଜଣ ସଦସ୍ୟ ଶେହବାଜଙ୍କ ସପକ୍ଷରେ ଭୋଟ ଦେଇଥିଲେ । ବର୍ତ୍ତମାନ ପଞ୍ଜାବ ବିଧାନସଭାରେ ପିଟିଆଇ ଏବଂ ପିଏମଏଲ-କ୍ୟୁର ୫ ସଦସ୍ୟ ଅଛନ୍ତି । ଏହି ସଂଖ୍ୟାରୁ ୨୫ ବିଦ୍ରୋହୀଙ୍କୁ ବାଦ୍ ଦିଆଗଲେ ୧୬୮ଟି ସିଟ୍ ରହିବ ।
ଅନ୍ୟପକ୍ଷରେ ହାମଜା ଶେହବାଜଙ୍କ ପାର୍ଟି ପିଏମଏଲ-ଏନ, ପିପିପି ସହାୟତାରେ ସମୁଦାୟ ୧୭୩ ବିଧାୟକ ଅଛନ୍ତି । କିନ୍ତୁ ଚାରିଜଣ ପିଏମଏଲ-ଏନ ବିଧାୟକ ଶେହବାଜଙ୍କୁ ଭୋଟ ଦେବେନାହିଁ । ସମ୍ଭବତଃ ଏହି ୪ଜଣ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏକ ନିର୍ଣ୍ଣାୟକ କାରଣ ହୋଇପାରନ୍ତି ।