ସଂସ୍କାର : ପୁଣି ଚର୍ଚ୍ଚାରେ ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ାର ବିଜେଡି ସାଂସଦ ଅନୁଭବ ମହାନ୍ତି । ଗତ କିଛିଦିନ ହେଲାଣି ତାଙ୍କର ବୈବାହିକ ଜୀବନକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା । ମାତ୍ର ତାଙ୍କର ଆଉ ଗୋଟେ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ବିଜେଡିରୁ ସେ ସାଂସଦ ହୋଇଥିଲେ ହେ, ମାତ୍ର ସେ ଏବେ ବିଜେପି ଆଡକୁ ମୁହାଁଉଥିବାର ବେଶ ଚର୍ଚ୍ଚା ହେଉଛି।
ରାଜ୍ୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଅନୁଭବ ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଦୁହେଁ ବସି ସାମନା ସାମନି କଥା ହେଉଛନ୍ତି । ଏହି ଖବର ନିଜେ ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ସେୟାର କରିଛନ୍ତି । ଯୁବପିଢୀଙ୍କ ବିକାଶ ନିମନ୍ତେ ସେ ଅମିତଶାହାଙ୍କ ସହ କଥାବାର୍ତା ହୋଇଛନ୍ତି ବୋଲି ସେ ନିଜ ପୋଷ୍ଟରେ ଉଲେଖ୍ୟ କରିଛନ୍ତି । ପାରିବାରିକ ବିବାଦ ଥିବା ସତ୍ୱେ ଏଭଳି ଭେଟଘାଟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜନୈତିିକ ମହଲ ।
ପ୍ରଶ୍ନ ଉଠୁଛି ବିଜେଡିରେ ଅଣଦେଖା ହୋଇପଡିଥିବା ଅନୁଭବ ମହାନ୍ତି ବିଜେପିଆଡକୁ ମୁହାଁଉନାହାନ୍ତି ତ? ଅନୁଭବଙ୍କ ମନରେ ଆଉ କୌଣସି ରାଜନୈତିକ ଉଦ୍ଦେଶ୍ୟ ରହିଛି କି? ଆଗକୁ ନିର୍ବାଚନ, ଏହାକୁ ନେଇ ରାଜନୈତିକ ଦଳମାନେ ଚଳଚଂଚଳ ହୋଇଉଠିଛନ୍ତି । ଅନୁଭବଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହି ଚର୍ଚ୍ଚ କି ମୋଡ ନେବା ଆଗକୁ ସ୍ପଷ୍ଟ ହେବ।
ଏହି ସବୁ ମଧ୍ୟରେ ଗତ 26 ଜୁନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ରାଜ୍ୟ ବିଜେପିର ମୁଖିଆ ଭାବରେ ପରିଚିତ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନରେ ବି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଅନୁଭବ। ତେଣୁ ଏହି ସବୁକୁ ଲକ୍ଷ କରି ରାଜନୀତି ମହଲରେ ଆଲୋଚନା ହେଉଛି ଯେ, କଣ ବିଜେଡି ଛାଡି ବିଜେପିରେ ମିଶିବେ କି କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତି।