ଏହି ରାଜ୍ୟରେ ଶସ୍ତା ହେବାକୁ ଯାଉଛି ମଦ ; ବିୟର, ମଦ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବେ ସରକାର

ସଂସ୍କାର : ଖୁବଶୀଘ୍ର ଶସ୍ତା ହେବାକୁ ଯାଉଛି ମଦ। ସବୁ ମାଦକ ଦ୍ରବ୍ୟର ମୂଲ୍ୟକୁ ବୋତଲ ପିଛା ପ୍ରାୟ ୫୦ ରୁ ୧୦୦ ଟଙ୍କା କମାଇବା ପାଇଁ ସରକାର ଯୋଜନା କରୁଛନ୍ତି। ଏହିଭଳି ଏକ ଖବର ବର୍ତ୍ତମାନ ଆସିଛି ମଧ୍ୟପ୍ରଦେଶ ରାଜ୍ୟରୁ।

ମଧ୍ୟପ୍ରଦେଶର ରାଜ୍ୟ ସରକାର ଖୁବ୍ ଶୀଘ୍ର ମଦ ବୋତଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିବେ। ଆଉ ଏକ ନୂତନ ହାର ଜାରି କରିପାରନ୍ତି। ଏହା ଫଳରେ ମଧ୍ୟପ୍ରଦେଶରେ ମଦ ଶସ୍ତା ହେବାକୁ ଯାଉଛି। ଖୁବ୍ ଶୀଘ୍ର ରାଜ୍ୟ ସରକାର ମୂଲ୍ୟ ହ୍ରାସ ଘୋଷଣା କରି ଏକ ନୂତନ ମୂଲ୍ୟ ଜାରି କରିପାରନ୍ତି। ସୂଚନା ଅନୁଯାୟୀ, ବିୟର ଭଳି ମଦ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ମଧ୍ୟପ୍ରଦେଶର ରାଜ୍ୟ ସରକାର ଯୋଜନା କରିଛନ୍ତି।

ଏହା ପରେ ଶିବରାଜଙ୍କ କ୍ୟାବିନେଟରେ ଏହି ପ୍ରସ୍ତାବ ଉପସ୍ଥାପିତ ହେବ। ଏଥି ସହିତ ଜୋରଦାର ଆଲୋଚନା ପରେ ମଦ ର ନୂଆ ମୂଲ୍ୟ ରିଲିଜ୍ ହେବ। ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ବିୟର ଏବଂ ମଦ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ସେ ମନ୍ତ୍ରୀମଣ୍ଡଳ ସାମନାରେ ଉପସ୍ଥାପନା କରିବେ ତାପରେ ମଦର ନୂଆ ଦର ଲାଗୁ ହେବ। ଯାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ସୂଚନା ଅନୁଯାୟୀ ଲିଟର ପିଛା ବିୟର ୩୦ ରୁ ୨୦ ଟଙ୍କାକୁ ହ୍ରାସ କରାଯାଇପାରେ। ମଦ ଉପରେ ଆମଦାନୀ ଶୁଳ୍କ ଲିଟର ପିଛା ୧୦ ରୁ ୫ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ମନ୍ତ୍ରୀ କହିଛନ୍ତି ଯେ ମଧ୍ୟ ମଦ ଉପରେ ଆମଦାନୀ ଶୁଳ୍କ ଲିଟର ପିଛା ୧୦ ରୁ ୫ ଟଙ୍କାକୁ ହ୍ରାସ କରିବାକୁ ବିଭାଗୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

Leave a Reply

Your email address will not be published. Required fields are marked *