ଲାଗୁ ହେଲା ଶ୍ରୀଲଙ୍କାରେ ଜରୁରୀକାଳୀନ ସ୍ଥିତି, ପଢ଼ନ୍ତୁ ରିପୋର୍ଟ

ସଂସ୍କାର : ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ରନିଲ ବିକ୍ରମ ସିଂଘେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ହେବାକୁ ଆଉ ୨ ଦିନ ବାକି ଥିବାବେଳେ ଏହି ଘୋଷଣା କରାଯାଇଛି। ଆସନ୍ତା ୨୦ ଜୁଲାଇରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଜନବିଦ୍ରୋହକୁ ଦୃଷ୍ଟିରେ ରଖି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ପରେ ଏହି ପଦଖାଲି ରହିଛି।

ଶ୍ରୀଲଙ୍କାରେ ଜରୁରୀକାଳୀନ ସ୍ଥିତି ଲାଗୁ ହେବା ପରେ ଜୁଲାଇ ୧୭ ର ସରକାରୀ ନୋଟିସ ସୋମବାର ସକାଳେ ଜାରି କରାଯାଇଥିଲା । ରାଷ୍ଟ୍ରପତିଙ୍କୁ ସାର୍ବଜନୀନ ସୁରକ୍ଷା ଅଧ୍ୟାଦେଶର ଭାଗ ୨(ଏ)ରେ ଜରୁରୀକାଳୀନ ନିୟମ ଲାଗୁ କରିବାର ଅଧିକାର ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଯଦି ରାଷ୍ଟ୍ରପତିଙ୍କୁ ଅନୁଭବ ହେଉଛି ଯେ, ପୋଲିସ ସ୍ଥିତିର ସମ୍ମୁଖୀନ କରିବାର ସକ୍ଷମ ନୁହେଁ ତେବେ ସେ ସଶସ୍ତ୍ର ବଳଙ୍କୁ ପବ୍ଲିକ ଅର୍ଡର ବଜାୟ ରଖିବା ପାଇଁ ଜରୁରୀକାଳୀନ ସ୍ଥିତିକୁ ନେଇ ନୋଟିସ ଜାରି କରିପାରିବେ ।

ଅନ୍ୟପକ୍ଷରେ ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ପଦବୀକୁ ଶେଷ କରିବାରର ବ୍ୟବସ୍ଥାରେ ପୂର୍ଣ୍ଣ ପରିବର୍ତ୍ତନ ଆଣିବା ପର୍ଯ୍ୟନ୍ତ ନିଜର ସଂଘର୍ଷ ଜାରି ରଖିବାର ସଂକଳ୍ପ ନେଇସାରିଛନ୍ତି । ଶ୍ର୍ରୀଲଙ୍କାରେ ଜନ ଆନ୍ଦୋଳନ ୧୦ ଦିନରେ ପହଁଚିଛି । ଯେଉଁଥିପାଇଁ ଗୋଟବାୟା ରାଜପକ୍ଷେଙ୍କୁ ରାଷ୍ଟ୍ରପତି ପଦ ଛାଡ଼ିବାକୁ ପଡ଼ିଥିଲା ।

Leave a Reply

Your email address will not be published. Required fields are marked *