ଦେଶରେ ୨୧ ଟି ନକଲି ବିଶ୍ୱବିଦ୍ୟାଳୟ ହେଲା ଚିହ୍ନଟ, ଆମ ରାଜ୍ୟର ନକଲି ବିଶ୍ୱବିଦ୍ୟାଳୟ ସଂଖ୍ୟା କେତେ ଜାଣନ୍ତୁ…

ସଂସ୍କାର : ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ୨୧ଟି ବିଶ୍ୱବିଦ୍ୟାଳୟକୁ ନକଲି ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିଛି । ଏକ ଚିଠିରେ ୟୁଜିସି କହିଛି, ସେହି ୨୧ଟି ଅନୁଷ୍ଠାନ ଦେଶର ବିଭିନ୍ନ ଭାଗରେ ନିଜ ଶୈଳୀରେ କାର୍ଯ୍ୟ କରୁଛନ୍ତି ଓ ଆୟୋଗ ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରି ନାହିଁ । ଛାତ୍ରଛାତ୍ରୀମାନଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଇ ୟୁଜିସି କହିଛି, ସେହି ଅନୁଷ୍ଠାନ ଗୁଡ଼ିକ କୌଣସି ଡିଗ୍ରୀ ଦେବାକୁ ହକ୍‍ଦାର ନୁହଁନ୍ତି ।

ୟୁଜିସି କହିଛି, ଏହିଭଳି ସର୍ବୋଚ୍ଚ ୮ଟି ନକଲି ବିଶ୍ୱବିଦ୍ୟାଳୟ ଦିଲ୍ଲୀରେ କାର୍ଯ୍ୟ କରୁଥିବା ବେଳେ ତିନୋଟି ଉତ୍ତରପ୍ରଦେଶରେ କାର୍ଯ୍ୟ କରୁଛି । ଅବଶିଷ୍ଟ ୧୦ଟି ନକଲି ବିଶ୍ୱବିଦ୍ୟାଳୟ କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ଓଡ଼ିଶା,ପୁଡ଼ୁଚେରୀ ଓ ଆନ୍ଧ୍ରପ୍ରଦେଶରେ ରହିଛି ।

ୟୁଜିସିର ନକଲି ବିଶ୍ୱବିଦ୍ୟାଳୟ ତାଲିକାରରେ ଓଡ଼ିଶାର ନବଭାରତ ଶିକ୍ଷା ପରିଷଦ, ଶକ୍ତି ନଗର ରାଉରକେଲା ଏବଂ ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବାରିପଦା ଆଦି ୨ଟି ବିଶ୍ୱବିଦ୍ୟାଳୟ ରହିଛି ।

Leave a Reply

Your email address will not be published. Required fields are marked *