ବୋରିସ ଜନ୍‌ସନଙ୍କ ଇସ୍ତଫାର ୨ ମାସ ପରେ ବ୍ରିଟେନକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କିଏ ହେଲେ ?

ସଂସ୍କାର: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ୍‌ ଟ୍ରସ୍‌। ସେ ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ୍‌ ୮୧,୩୨୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଋଷି ୬୦,୩୯୯ ଖଣ୍ଡ ଭୋଟ୍‌ ପାଇ ପରାସ୍ତ ହୋଇଛନ୍ତି।

ଋଷି ପ୍ରଥମରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌ରେ ଆଗରେ ଥିଲେ। ତେବେ ମତଦାନ ମାଧ୍ୟମରେ ଦ୍ୱିତୀୟ ସ୍ଥାନରେ ଥିବା ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଆରମ୍ଭରୁ ତାଙ୍କର ପରାକ୍ରମ ବି ଦେଖାଇଥିଲେ।

ସେ ଋଷିଙ୍କୁ କଡ଼ା ଟକ୍କର ଦେଇଥିଲେ। ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପରେ ଋଷିଙ୍କୁ ପଛରେ ପକାଇ ଟ୍ରସ୍‌ କଞ୍ଜରଭେଟିଭ୍‌ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ଲିଜ୍‌।

ଜୁଲାଇରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଇସ୍ତଫା ଘୋଷଣା କରିବା ପରେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨ ମାସର କଡ଼ା ଟକ୍କର ପରେ ବାଜି ମାରି ନେଇଛନ୍ତି ଲିଜ୍‌।

Leave a Reply

Your email address will not be published. Required fields are marked *