ଲଦାଖରେ ଚୀନ୍ ସୈନିକ ପଛଘୁଞ୍ଚା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଚୀନ ସେନା ନିଜର ଟେଣ୍ଟ୍, ଗାଡି ଓ ସୈନିକଙ୍କୁ ପଛକୁ ହଟାଇବା ଆରମ୍ଭ କରିଛି ।ସୂଚନା ମିଳୁଛି ଯେ ଚୀନ୍ ସୈନିକମାନେ ଗଲଓ୍ୱାନ୍, ହଟ୍ସପିରିଙ୍ଗ ଏବଂ ଗୋଗ୍ରାକୁ ଫେରୁଥିବା ଦେଖାଯାଇଥିଲା। ସୂଚନାନୁସାରେ, ଚୀନ୍ ସନିକ ମାନେ କେତେ କିଲୋମିଟର ପଛକୁ ଫେରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଚୀନ୍ ଆର୍ମି (PLA) ଗାଲଭାନ୍ ଉପତ୍ୟକାର ପେଟ୍ରୋଲ୍ ପଏଣ୍ଟ 14 ରୁ ଏହାର ଅସ୍ଥାୟୀ ସଂରଚନାକୁ ହଟାଇ ଦେଇଛି ଏବଂ ସୂଚନା ମୁତାବକ ପ୍ରାୟ 2 କିଲୋମିଟର ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଖାଲି କରିଛି ବୋଲି ଇଣ୍ଡିଆ ଟିଭି ସେନା ସୂତ୍ରରୁ ଏହି ସୂଚନା ପାଇଥିବା ଜଣା ପଡିଛି । ଇଣ୍ଡିଆ ଟିଭି ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ ଚୀନ୍ ସେନା ଅସ୍ଥାୟୀ ତମ୍ବୁ ହଟାଇଥିବା ଜଣାପଡିଛି। ତେବେ ସେନା ପକ୍ଷରୁ ଏହି ସୂଚନା ଏପର୍ଯ୍ୟନ୍ତ ସରକାରୀ ଭାବେ ପ୍ରମାଣିତ ହୋଇନାହିଁ। ସୂଚନାନୁସାରେ, ଚୀନ୍ ସେନା ଗଲଓ୍ୱାନ୍ ଉପତ୍ୟକାର ପେଟ୍ରୋଲ୍ ପଏଣ୍ଟ 14 ରୁ ପଛକୁ ଫେରିଥିବାବେଳେ ପେଙ୍ଗୋଙ୍ଗ ସ୍ତୋ ହ୍ରଦ, ଡେପସଙ୍ଗ ଏବଂ ଗୋଗ୍ରା ପୋଷ୍ଟର ଅଞ୍ଚଳ ପୂର୍ବ ସ୍ଥିତିରେ ଥିବା ଭଳି ଜଣା ପଡିଛି।
ସୂଚନାନୁସାରେ, ଚୀନ୍ ସେନା ଗଲଓ୍ୱାନ୍ ଉପତ୍ୟକାର ପେଟ୍ରୋଲ୍ ପଏଣ୍ଟ 14 ରୁ ମଧ୍ୟ ଏହାର ଗାଡି ପ୍ରତ୍ୟାହାର କରି ନେଇଛି। ସୂଚନାନୁସାରେ, ସେନାର ଶାରୀରିକ ଯାଞ୍ଚ ଗାଡି ପ୍ରତ୍ୟାହାରକୁ ନିଶ୍ଚିତ କରିଛି। ସୂଚନାନୁସାରେ, ପେଟ୍ରୋଲ ପଏଣ୍ଟ 14 ରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ତେବେ ସେନାର ସରକାରୀ ବିବୃତ୍ତି ଏପର୍ଯ୍ୟନ୍ତ ହୋଇନାହିଁ ଏବଂ ଭାରତୀୟ ସେନା ଏହାକୁ ସରକାରୀ ଭାବେ ନିଶ୍ଚିତ ନକରିବା ପର୍ଯ୍ୟନ୍ତ ଚୀନ୍ ଉପରେ ବିଶ୍ୱାସ କରିବା ଉଚିତ ହେବ ନାହିଁ।
ଚୀନ୍ ସନିକ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଂଘନ କରିଛନ୍ତି ଯାହା ପରେ ଜୁନ୍ 15 ରେ ଭାରତ ଏବଂ ଚୀନ୍ ସନିକ ଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି, ଯଦିଓ ଭାରତ ଏବଂ ଚୀନ୍ କମାଣ୍ଡର ସ୍ତରରେ କଥାବାର୍ତ୍ତା ଜାରି ରଖିଛନ୍ତି। କମାଣ୍ଡର ସ୍ତରର ପ୍ରତ୍ୟେକ ବୈଠକରେ ଚୀନ୍ କୁ ଭାରତୀୟ ପୂର୍ବ ଅବସ୍ଥାନକୁ ଫେରିବାକୁ ଚେତାବନୀ ଦିଆଯାଉଛି ଏବଂ ଏହା ହୋଇପାରେ ଯେ ଚୀନ୍ ଗଲଓ୍ୱାନ୍ ରେ ପେଟ୍ରୋଲ୍ ପଏଣ୍ଟ 14 ରୁ ଦୂରେଇ ଯାଇଛନ୍ତି।
ତେବେ ସୂତ୍ରରୁ ଏହା ମଧ୍ୟ ଜଣା ପଡିଛି ଯେ ବରଫ ତରଳିବା କାରଣରୁ ଗଲଓ୍ୱାନ୍ ନଦୀ ଫୁଲିବାରେ ଲାଗିଛି ଏବଂ ହୋଇପାରେ ଏହି କାରଣରୁ ଚୀନ୍ ସୈନିକ ମାନେ ସେମାନଙ୍କର ଅସ୍ଥାୟୀ ସଂରଚନା ହଟାଇବାକୁ ବାଧ୍ୟ ହୋଇଥାଇପାରନ୍ତି। ଚୀନ୍ ଉପରେ ଚାପ ପକାଇବା ପାଇଁ କେବଳ ଭାରତୀୟ ସେନା ଲଦାଖରେ ଚୀନ୍ ସେନା ସମ୍ମୁଖରେ ପଥର ପରି ଠିଆ ହୋଇ ନାହାଁନ୍ତି, ବରଂ ଭାରତ ସରକାର ମଧ୍ୟ ଏଭଳି ଅନେକ ପଦକ୍ଷେପ ନେଇଛନ୍ତି ଯେ ଚୀନ୍ ବ୍ୟାକଫୁଟରେ ରହିଥିବା ଜଣା ପଡିଛି।