ସଂସ୍କାର : ଉତ୍ତରପ୍ର୍ରଦେଶର ଫିରୋଜାବାଦରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳାଙ୍କ ଉପରେ ଟ୍ରକ ମାଡ଼ିଯିବାରୁ ମହିଳାଙ୍କ ପେଟରୁ ଶିଶୁଟି ବାହାରି ୫ ଫୁଟ ଦୂରରେ ଛିିଟିକି ପଡ଼ିଥିଲା । ଏହି ହୃଦୟ ବିଦାରକ ଘଟଣା ଯେଉଁମାନେ ବି ଦେଖିଛନ୍ତି ସେମାନଙ୍କ ଲୋମ ଟାଙ୍କୁରି ଉଠିଛି ।
ମହିଳାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ତେବେ ସୌଭାଗ୍ୟବସତଃ ଶିଶୁଟି ସୁସ୍ଥ ରହିଥିବା ଜଣାପଡ଼ିଛି। ଗର୍ଭବତୀ ମହିଳା ଜଣକ ନିଜ ସ୍ୱାମୀଙ୍କ ସହିତ ବାପଘରକୁ ଯାଉଥିଲେ।
ତେବେ ଏକ ଟ୍ରକ ଆସି କାମିନୀଙ୍କ ଉପରେ ଚଢାଇଦେଇଥିଲା। କାମିନୀ ଘଟଣାସ୍ଥଳରେ ହିଁ ଛଟପଟ ହୋଇ ମୃତୁ୍ୟବରଣ କରିଥିଲେ। କିନ୍ତୁ ଶିଶୁଟି ତାଙ୍କ ପେଟରୁ ବାହାରି ରାସ୍ତା ଉପରେ ଛିଟିକି ପଡ଼ିଥିଲା।
ଅନ୍ୟପକ୍ଷରେ ମହିଳାଙ୍କ ଦାଦା କାଳୀଚରଣ ଏହି ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ତାଙ୍କର ମଧ୍ୟ ହୃଦଘାତରେ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ମହିଳା ଓ ତାଙ୍କ ଦାଦାଙ୍କର ଏକାଠି ଅନ୍ତିମ ସଂସ୍କାର କରାଯାଇଛି। ସ୍ୱାମୀ ନିଜ ସ୍ତ୍ରୀକୁ ରାସ୍ତା ଉପରେ ଛଟପଟ ହୋଇ ମରୁଥିବାର ଦେଖି ନିରୁପାୟ ଥିଲେ । ତାଙ୍କ ପତ୍ନୀ ୯ମାସର ଗର୍ଭବତୀ ଥିଲେ ଓ ଏହା ତାଙ୍କର ପ୍ରଥମ ଶିଶୁ ବୋଲି କାମିନୀଙ୍କ ସ୍ୱାମୀ ଅସହାୟ ହୋଇ କହିଛନ୍ତି।