ଦୁର୍ବୃତ୍ତଙ୍କ ପାଇଁ କାଳ ସାଜିଲା କୁକୁର, ଭଣ୍ଡୁର ହେଲା ଲୁଟ୍ ଉଦ୍ୟମ, ପଢ଼ନ୍ତୁ ରିପୋର୍ଟ…

ସଂସ୍କାର : ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାରେ ଏକ ପୋଷା କୁକୁର ଏଟିଏମ ଲୁଟ ଯୋଜନାକୁ ଭଣ୍ଡୁର କରିଥିବା ଜଣାପଡ଼ିଛି। ଏହି ଘଟଣାଟି ଚୌରାରଣ ଥାନା ଅଞ୍ଚଳର ଚୌଠି ଗ୍ରାମର ବୋଲି ଜଣାପଡ଼ିଛି। ପୋଲିସର ସୂଚନାନୁଯାୟୀ ଲୁଟେରାମାନେ ସ୍ଥାନୀୟ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରସ୍ଥିତ ଏକ ଏକ୍ସିସ ବ୍ୟାଙ୍କର ଏଟିଏମରେ ଲୁଟ୍ ପାଇଁ ଗ୍ୟାସକଟର, ଏଲପିଜି ସିଲିଣ୍ଡର ଓ ହାତୁଡ଼ି ନେଇ ବିଳମ୍ବିତ ରାତିରେ ଆସିଥିଲେ। କିନ୍ତୁ କୁକୁରର ଚାଲାକି ଯୋଗୁଁ ଲୁଟେରାମାନଙ୍କ ଲୁଟ୍ ଉଦ୍ୟମ ଭଣ୍ଡୁର ହୋଇଯାଇଥିଲା ।

ଯେଉଁ ଘରେ ଏହି ଏଟିଏମର ବ୍ୟବସ୍ଥା ରହିଛି,ସେହି ଘରର ମାଲିକ ସୁଧୀର ବନୱାଲ ଅଟନ୍ତି। ଲୁଟେରାମାନେ ମେସିନକୁ କାଟିବାରେ ସଫଳ ହୋଇସାରିଥିଲେ କିନ୍ତୁ ଟଙ୍କା ବାହାର କରିବା ସମୟରେ ହିଁ ସୁଧୀରଙ୍କର ପୋଷା କୁକୁରଟି କିଛି ଶବ୍ଦ ବାରିପାରି ଭୁକିବାକୁ ଲାଗିଥିଲା। କୁକୁରଟି ଲଗାତାର ଭୁକିବା ଯୋଗୁଁ ସୁଧୀର ଓ ଆଖପାଖ ଲୋକ ଉଠିଯାଇଥିଲେ ଏବଂ ବାହାରକୁ ଆସି କ’ଣ ହୋଇଛି ଦେଖିବା ବେଳକୁ ଲୁଟେରାମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ ।

ସଙ୍ଗେ ସଙ୍ଗେ ଘଟଣାସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଯେ, ବ୍ୟାଙ୍କରେ ୨୭ ଲକ୍ଷ ଟଙ୍କା ଥିବା ସବ ଡିଭିଜିନାଲ ପୋଲିସ ଅଫିସର ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇସାରିଥିବା ପୋଲିସ ସୂଚନା ଦେଇଛି। ଆଉ ଅପରାଧୀ ଫେରାର୍ ଅଛନ୍ତି।

Leave a Reply

Your email address will not be published. Required fields are marked *