ଭାରତୀୟ ରେଳ ବିଭାଗ ନେବାକୁ ଯାଉଛି ଏହି ପଦକ୍ଷେପ ଯଦ୍ଵାରା ଭାରତ ହେବ ପ୍ରଥମ ଦେଶ, ଲେଖିବ ନୂଆ ଇତିହାସ : ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଭାରତୀୟ ରେଳ ବିଭାଗ ଏମିତି ଏକ ପଦକ୍ଷେପ ନେବାକୁ ଯାଉଛି ଯଦ୍ଵାରା ଭାରତ ହେବ ବିଶ୍ଵର ପ୍ରଥମ ଦେଶ , ରଚିବ ନୂଆ ଇତିହାସ । ଆଜ୍ଞା ହଁ, ଭାରତ ରେଳ ଧାରଣା ଉପରେ ଏଣିକି ଗଡ଼ିବ ସୌରଚାଳିତ ଟ୍ରେନ୍‌ ଯେଉଁଥିପାଇଁ ଭାରତୀୟ ରେଳ ପକ୍ଷରୁ ଚୂଡାନ୍ତ ପଦକ୍ଷେପ ନିଆସରିଛି । ମଧ୍ୟପ୍ରଦେଶ ବିନାରେ ଥିବା ସୌରଶକ୍ତି ପ୍ଲାଣ୍ଟରୁ ୧.୭ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଛି ଯାହାକୁ ଭାରତୀୟ ରେଳବାଇ ଉପଯୋଗ କରିବେ ବୋଲି ସୂଚନା ମିଳିଛି ।

ଅକ୍ଷୟ ସୌରଶକ୍ତି ଉପଯୋଗ କରି ଟ୍ରେନ ଚଳାଇବାରେ ଭାରତ ହେବାକୁ ଯାଉଛି ବିଶ୍ୱରେ ପ୍ରଥମ ଦେଶ । ଏହି ପାଇଲଟ୍ ପ୍ରେଜେକ୍ଟରେ ସଫଳତାକୁ ଆଧାର କରି ଭବିଷ୍ୟତରେ ଅଧିକରୁ ଅଧିକ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନା ହେବାକୁ ଲକ୍ଷ୍ୟ ରଖିଛି ଦେଶ । ଏମିତିକି ସାରା ଦେଶର ରେଳ ଚଳାଚଳ ବ୍ୟବସ୍ଥାକୁ ଏହି ଅକ୍ଷୟଶକ୍ତିରେ ରୂପାନ୍ତରିତ କରାଯିବ ।

ମଧ୍ୟପ୍ରଦେଶ ବିନାରେ ରେଳବାଇ ବ୍ୟବହାର ହେଉନଥିବା ଜମି ଉପଯୋଗ କରି ଭେଲ ବୈଷୟିକ ସହାୟତାରେ ରେଳବାଇ ଏହି ସୋଲାର ପ୍ଲାଣ୍ଟ ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପରୁ ୧.୭ ମେଗାୱାଟ୍ ବିଦ୍ୟୁତ ଉତ୍ପାଦିତ ହେଉଛି । ସାରା ବିଶ୍ୱରେ ଏଯାଏଁ ଟ୍ରେନ୍‌ ଚଳାଇବା ପାଇଁ ଆବଶ୍ୟକ ହେଉଥିବା ଶକ୍ତି ପୂରଣ ଲାଗି କେଉଁଠି ବି ହେଲେ ଏପରି ପାୱାର ପ୍ଲାଣ୍ଟ ସ୍ଥାପିତ ହୋଇନାହିଁ ।

ବିଶ୍ୱର ବିଭିନ୍ନ ରେଳବାଇ ଷ୍ଟେସନ, ପ୍ଲାଟଫର୍ମ, କାର୍ଯ୍ୟାଳୟ ଓ ଆବାସୀୟ କଲୋନୀଗୁଡ଼ିକୁ ବିଦ୍ୟୁତକରଣ କରିବା ପାଇଁ ସୌରଶକ୍ତିର ଉପଯୋଗ କରିଛନ୍ତି । ହେଲେ କେଉଁଠାରେ ବି ଟ୍ରେନ୍ ଚଳାଚଳ ହୋଇନାହିଁ । କିନ୍ତୁ ଭାରତରେ ପାୱାର ପ୍ରଜେକ୍ଟ ପରେ ଭାରତୀୟ ରେଲବାଇ ରେଳ ବଗିମାନଙ୍କ ଉପରେ ମଧ୍ୟ ସୋଲାର ପାନେଲ ସ୍ଥାପନା କରିଛନ୍ତି ଓ ଏଥିରୁ ଉତ୍ପାଦିତ ବିଦ୍ୟୁତ ବଗିର ବିଜୁଳି ଆବଶ୍ୟକତା ପୂରଣ କରୁଛି । ପାୱାର ପ୍ଲାଣ୍ଟ ୨୫ ହଜାର ଭୋଲ୍ଟର ବିଦ୍ୟୁତ ଉତ୍ପାଦନ କରିବାର କ୍ଷମତା ରଖିଛି ଯାହାକୁ ସୋଲାର ପାୱାର ଷ୍ଟେସନରୁ ସିଧା ଟ୍ରେନ୍‌ ଓଭର ହେଡ୍‌କୁ ଟ୍ରାନ୍ସଫର କରାଯିବ ।

Leave a Reply

Your email address will not be published. Required fields are marked *