ଏଥର କୃଷକମାନେ ବି ଅନଲାଇନରୁ କିଣିପାରିବେ କୀଟନାଶକ ଔଷଧ , ଅନୁମୋଦନ କଲେ ଭାରତ ସରକାର…

ସଂସ୍କାର : କେନ୍ଦ୍ରରେ ଥିବା ମୋଦୀ ସରକାର ଚାଷୀଙ୍କ ପାଇଁ ଏକ ଭଲ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କୃଷକମାନେ ନିଜ କ୍ଷେତରେ ବ୍ୟବହୃତ କୀଟନାଶକକୁ ଘରେ ବସି ଅନଲାଇନ ମାଧ୍ୟମରେ ଅର୍ଡର କରିପାରିବେ। ଏହି ନିୟମକୁ ପରିବର୍ତ୍ତନ କରି କେନ୍ଦ୍ର ସରକାର ଅନଲାଇନ କିଣିବାକୁ ଅନୁମତି ଦେଇଛନ୍ତି।

କୀଟନାଶକ ନିୟମ, ୧୯୭୧ ରେ କୃଷି ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ମନ୍ତ୍ରଣାଳୟ ଦ୍ଵାରା ଜାରି ବିଜ୍ଞପ୍ତିରେ ୧୯୭୧ର ନିୟମ ପରିବର୍ତ୍ତନ କରାଯାଇଛି ଏବଂ କୁହାଯାଇଛି ଯେ, କୀଟନାଶକ ବାଣିଜ୍ୟ ପାଇଁ ଲାଇସେନ୍ସପ୍ରାପ୍ତ କମ୍ପାନୀଗୁଡିକ ବର୍ତ୍ତମାନ ସମସ୍ତ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ କୃଷକମାନଙ୍କୁ କୀଟନାଶକ ବିକ୍ରି କରିପାରିବେ। ଏଥିପାଇଁ କେବଳ ସର୍ତ୍ତ ରଖାଯାଇଛି ଯେ, ଲାଇସେନ୍ସପ୍ରାପ୍ତ କମ୍ପାନୀଗୁଡିକର ବୈଧତା ସ୍ଥିର କରିବା ଇ-କମର୍ସ ପ୍ଲାଟଫର୍ମର ଦାୟିତ୍ଵ ହେବ।

ଦୀର୍ଘ ଦିନ ଧରି କୀଟନାଶକ ବ୍ୟବସାୟରେ ନିୟୋଜିତ କମ୍ପାନୀଗୁଡିକର ଚାହିଦା ରହିଆସିଛି ଯେ, କୀଟନାଶକକୁ ସିଧାସଳଖ ଚାଷୀଙ୍କ ଦ୍ୱାର ଦେଶରେ ପହଞ୍ଚାଇବାକୁ ଦିଆଯାଉ। କମ୍ପାନୀଗୁଡିକ ଯୁକ୍ତି କରିଛନ୍ତି ଯେ, ଏହା କରିବା ଦ୍ୱାରା କୀଟନାଶକ ଉତ୍ପାଦନକାରୀ କମ୍ପାନୀ ଏବଂ କୃଷି କ୍ଷେତ୍ର ସହ ଜଡିତ ବ୍ୟବସାୟର ବିସ୍ତାରରେ ମଧ୍ୟ ସହାୟକ ହେବ।

କୃଷକ ସଂଗଠନଗୁଡିକ ମଧ୍ୟ ବିଶ୍ୱାସ କରିଆସୁଛନ୍ତି ଯେ, କୀଟନାଶକ ଔଷଧକୁ ସିଧାସଳଖ କୃଷକଙ୍କ ଦ୍ୱାରରେ ପହଞ୍ଚାଇବା ଦ୍ୱାରା କୃଷକମାନେ ମଧ୍ୟ ପ୍ରାମାଣିକ କୀଟନାଶକ ପାଇବେ। ଏହି କାରଣରୁ ଚାଷୀଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ, ସେମାନେ ଘରେ କୀଟନାଶକ ପାଇବେ। ଭାରତରେ ମୁଖ୍ୟ ଇ-କମର୍ସ କମ୍ପାନୀ ଆମାଜନ ଏବଂ ଫ୍ଲିପକାର୍ଟ ସମେତ ଅନେକ କମ୍ପାନୀରେ କୀଟନାଶକ ଉପଲବ୍ଧ ହେବ। ଏଭଳି ପରିସ୍ଥିତିରେ କୃଷକମାନେ ଏହା ଦ୍ୱାରା ବହୁ ଉପକୃତ ହେବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *