ଗ୍ୟାସ ଲିକ ହେବାରୁ ରେଷ୍ଟୁରାଣ୍ଟରେ ହେଲା ଭୟଙ୍କର ବିସ୍ଫୋରଣ, ସାତ ଜଣ କର୍ମଚାରୀ ମୃତ

ସଂସ୍କାର : ତୁର୍କୀର ଏକ ରେଷ୍ଟୁରାଣ୍ଟରେ ଘଟିଯାଇଛି ଛାତି ଥରାଇ ଦେଲା ଭଳି ଏକ ଘଟଣା । ପଶ୍ଚିମ ତୁର୍କୀର ଏହି ରେଷ୍ଟୁରାଣ୍ଟର ବିସ୍ଫୋରଣରେ ପ୍ରାୟ ୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ଏ ନେଇ ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି । ତେବେ ଗ୍ୟାସ ଲିକରୁ ଏପରି ଏକ ଅଘଟଣ ଘଟିଯାଇଥିବା ପ୍ରକାଶ କରିଛନ୍ତି ଜଣେ ଅଧିକାରୀ ।

ଏହି ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ସହିତ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ, ଆୟଦିନ ପ୍ରାନ୍ତର ଗଭର୍ଣ୍ଣର ହୁସେନ ଅନ୍ୟ ୫ ଜଣଙ୍କ ଆହତ ନେଇ ସୂଚନା ଦେଇଛନ୍ତି । ତୁର୍କୀର ସିଏନଏନ-ତୁର୍କୀକୁ ଏହି ସୂଚନା ପ୍ରଦାନ କରାଯାଇଛି ।

ଗଭର୍ଣ୍ଣର କହିଛନ୍ତି ଯେ, ଗ୍ୟାସ ସିଲିଣ୍ଡର ଲିକ ହେବାରୁ ଏହି ଅଘଟଣା ଘଟିଥିବା ଜାଣିବାକୁ ମିଳିଛି । ଏହାପରେ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ହୋଇଥିବା ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ ବୟାନ ଦେଇଛନ୍ତି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Leave a Reply

Your email address will not be published. Required fields are marked *