କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଲେ ଏମିତି..

ସଂସ୍କାର : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଜାତୀୟ ନେତୃତ୍ୱ ବିଧିବଦ୍ଧ ଭାବେ କାମ କରୁନାହାଁନ୍ତି, ଏହାର ପ୍ରଭାବ ଅନ୍ତର୍ଜାତୀୟ ସଂପର୍କରେ ଦେଖାଯାଏ। ସେ ଏହା ମଧ୍ୟ କହିଛନ୍ତି ଯେ ଚୀନ୍ (ଭାରତ-ଚୀନ୍ ବିବାଦ) ପ୍ରସଙ୍ଗକୁ ସରକାର ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଛନ୍ତି। ଏହା ସହିତ ସେ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ଯେ ଏନେଇ ପ୍ରସ୍ତୁତି କରିବାର ଆବଶ୍ୟକତା ଅଛି କାରଣ ପାକିସ୍ତାନ ଏବଂ ଚୀନ୍ ବର୍ତ୍ତମାନ ଏକ ହୋଇଗଲେ ସେମାନେ ନିଶ୍ଚିତ ଭାବରେ କିଛି ପଦକ୍ଷେପ ନେବେ।

କଂଗ୍ରେସ ଦଳର ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଦଳ ସଫଳତାର ସହ କ’ଣ କରିଛି, ତାହା ସମସ୍ତେ ଜାଣନ୍ତି। ଦଳ ପାକିସ୍ତାନ ଏବଂ ଚୀନ୍‌କୁ ଏକଜୁଟ ହେବାକୁ କେବେ ବି ଦେଇନାହିଁ। ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଜି ପାକିସ୍ତାନ ଏବଂ ଚୀନ୍ ଏକଜୁଟ ହୋଇଛନ୍ତି କାରଣ ଆମ ସରକାର ଏମିତି କରିବାକୁ ସୁଯୋଗ ଦେଇଛନ୍ତି। ଆମ ସରକାର ବୈଦେଶିକ ନୀତିରେ ଭୁଲ୍ କରିଛନ୍ତି। ରାହୁଲ ଗାନ୍ଧୀ ଚେତାବନୀ ଦେଇଛନ୍ତି, “ବର୍ତ୍ତମାନ ଚୀନ୍ ଏବଂ ପାକିସ୍ତାନ ଏକ ହୋଇଗଲେ, ଏହା ଭାରତ ପାଇଁ ବିପଦ ସୃଷ୍ଟି କରିବା ସହିତ ଉଭୟ ଦେଶ କିଛି ନା କିଛି କୁଟନୀତିକୁ ଆପଣାଇବେ। ପ୍ରଥମେ ଡୋକଲାମରେ ଏବଂ ଦ୍ବି୍ତୀୟ ‌ଥର ଲଦାଖରେ ବିବାଦ ଏହାର ଉଦାହରଣ ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ତେବେ ସରକାର ଏନେଇ କିଛି ବଡ଼ ଧରଣର ପ୍ରସ୍ତୁତି କରିବା ଆବଶ୍ୟକ ବୋଲି କହିଛନ୍ତି ରାହୁଲ।

ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି, “ମୁଁ ଜାଣେ ଯେତେବେଳେ ଜଣେ ଯୁବକ ନିଜ ଜୀବନ ଦେବା ପାଇଁ ଠିଆ ହୋଇ ଶହୀଦ ହୋଇଯାଏ ସେତେବେଳେ ତା ପରିବାର କେଉଁ ପରିସ୍ତିତିରେ ଥାଏ। ବିଜେପିର ଶୀର୍ଷ ନେତୃତ୍ୱରେ ଏହାକୁ କେହି ବୁଝନ୍ତି ନାହିଁ। ମୁଁ ସହୀଦଙ୍କ ପରିବାରରୁ ଆସିଛି , ମୁଁ ଜାଣେ ସହୀଦ୍‌ଙ୍କ ବଳୀଦାନ ଏ ଦେଶପାଇଁ କ’ଣ ରହିଛି। ଏହା ଶାସକ ଦଳର ମୁଖ୍ୟ ନେତୃତ୍ବମାନେ ବୁଝିପାରିବେ ନାହିଁ।

Leave a Reply

Your email address will not be published. Required fields are marked *