କରୋନା ଭୟରେ ପାକିସ୍ତାନରେ ହାହାକାର, ଇମ୍ରାନ ଖାନ କହିଲେ କରୋନାରୁ ବଞ୍ଚିଗଲେ ମଧ୍ୟ ଏଥିରେ ମରି ଯିବୁ

ଇସଲାମାବାଦ : କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିବା ବିପଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଖୁବ୍ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି ବୋଲି ସେ କହିଛନ୍ତି । ଆମେ ଆମେରିକା ଓ ୟୁରୋପ ପରି ଧନୀ ରାଷ୍ଟ୍ର ନୁହେଁ । କରୋନାରୁ ବଞ୍ଚିଗଲେ ଭୋକରେ ମରି ଯିବୁ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ।

ବିମାନବନ୍ଦରରେ ଏପର୍ଯ୍ୟନ୍ତ ୯ ଲକ୍ଷ ଲୋକଙ୍କୁ ସ୍କ୍ରିନିଂ କରାଯାଇଛି । ଫେବୃଆରୀ ୨୬ ତାରିଖରେ କରୋନା ଭାଇରସ ସଂକ୍ରମିତ ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲା ଓ ଦେଶର ଜନସାଧାରଣମାନେ କରୋନା ଭାଇରସ ପ୍ରତିରୋଧରେ ତାଙ୍କ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ସେ ଜନତାଙ୍କୁ ଅନୁରୋଧ କରିଛନ୍ତି । ଚୀନ ଲୋକେ କରୋନା ବିରୋଧ ଯୁଦ୍ଧରେ ଜିତିପାରିବାର କାରଣ ହେଉଛି ତାଙ୍କ ଦେଶ ଜନତା ତାଙ୍କ ସରକାରଙ୍କୁ ସମର୍ଥନ କରିଥିଲେ ବୋଲି ସେ କହିଛନ୍ତି ।

ପାକିସ୍ଥାନରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୨୩୭ ରେ ପହଞ୍ଚିଲାଣି । ସିନ୍ଧ୍ ପ୍ରଦେଶରେ ୧୭୨ କରୋନା ଆକ୍ରାନ୍ତ ମାମଲା ଦାଖଲ ହୋଇଥିଲାବେଳେ ପାକିସ୍ଥାନରେ ଥିବା ପଞ୍ଜାବରେ ୨୬ ଜଣ, ଖାଇବର୍ ପଖ୍ତୂନୱାରେ ୧୬ ଜଣ, ବଲୁଚିସ୍ଥାନରେ ୧୬ ଜଣ, ଗିଲଗିଟରେ ୫ ଜଣ, ବାଲ୍ଟିସ୍ଥାନରେ ୫ ଜଣ ଏବଂ ଇସଲାମାବାଦରେ ୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

ପାକିସ୍ତାନର ଅର୍ଥନୀତି ଅତ୍ୟନ୍ତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି । ଏଭଳି ପରିସ୍ଥିତିରେ ଗୋଟିଏ ପଟେ କରୋନା ସହିତ ଲଢିବା ଓ ଅପରପକ୍ଷରେ ଦେଶବାସୀଙ୍କ ପେଟ ଭରିବା ଦୁଇଟା ବଡ଼ ଆହ୍ଵାନ ହେଇ ଠିଆ ହୋଇଛି ବର୍ତ୍ତମାନ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସାମ୍ନାରେ ।

Leave a Reply

Your email address will not be published. Required fields are marked *