ଦେଶର ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ବର୍ତ୍ତମାନ ବ୍ୟାଙ୍କର ଦେୟ ଦେବାକୁ ରାଜି ହୋଇଛନ୍ତି। ବ୍ୟାଙ୍କରୁ ଋଣ ସମାଧାନ ଅନୁଯାୟୀ ମାଲ୍ୟା 13,960 କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି। ବିଜୟ ମାଲ୍ୟାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି। ମାଲ୍ୟାଙ୍କ ଓକିଲଙ୍କ ଅନୁଯାୟୀ, ମଦ ବ୍ୟବସାୟୀମାନେ ବ୍ୟାଙ୍କ କନ୍ସୋର୍ଟିୟମକୁ ଏକ ବଡ଼ ପ୍ୟାକେଜ୍ ଦେବାକୁ ଚିନ୍ତା କରିପାରନ୍ତି।
ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଯଦି ବିଜୟ ମାଲ୍ୟାଙ୍କ ଆବେଦନ ଗ୍ରହଣ କରାଯାଏ, ତା’ହେଲେ ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମାଧାନ ହୋଇପାରିବ।
ତେବେ ଏହା ପୂର୍ବରୁ ମଧ୍ୟ ବିଜୟ ମାଲ୍ୟା କିଙ୍ଗଫିସର ଏୟାରଲାଇନ୍ସର ସମ୍ପୂର୍ଣ୍ଣ ଋଣ ପରିଶୋଧ କରିଦେବେ ବୋଲି କହି ସାରିଛନ୍ତି। ପ୍ରଧାନ ବିଚାରପତି ଏସ୍ ବବଡେଙ୍କ ନେତୃତ୍ୱରେ ଏକ ବେଞ୍ଚ ପୂର୍ବରୁ ମାଲ୍ୟା ସେଟେଲମେଣ୍ଟ ପାଇଁ ସମ୍ପୂର୍ଣ ପ୍ୟାକେଜ୍ ର ପରିମାଣ କେତେ ତାହା ଉଲ୍ଲେଖ କରିନାହାଁନ୍ତି।