ଦେଖନ୍ତୁ ଫଟୋ : ପ୍ରବଳ ବର୍ଷା ପାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ, କନେଷ୍ଟବଳ ଜଣକ ଏମିତି ବଞ୍ଚାଇଲେ ଅଟୋ ଚାଳକଙ୍କ ଜୀବନ

ବର୍ଷା ଋତୁ, ମୌସୁମୀ ଓ ଶ୍ରାବଣ ମାସ ସତ୍ତ୍ୱେ ଦିଲ୍ଲୀରେ ଦେଖା ନଥିଲା ବର୍ଷାର । କିନ୍ତୁ ଏଇ କିଛି ଦିନ ହେବ ଦିଲ୍ଲୀବାସୀଙ୍କୁ ନାକେଦମ୍ କଲାଣି ଲଗାଣ ବର୍ଷା । ଶନିବାର ରାତିରୁ ଦିଲ୍ଲୀ ଏନସିଆରରେ ଢାଳୁଛି ବର୍ଷା । ଗତ ରବିବାର ଦିନ ଦିଲ୍ଲୀ ନିକଟରେ ଥିବା ଆନ୍ନାନଗରରେ ଭୁଶୁଡି ପଡ଼ିଥିବା ଘର ଓ ଗଛର ଭିଡ଼ିଓ ଭାଇରାଲ ହୋଇଥିଲା । ଏବେ ଭାଇରାଲ ହେଉଛି ଖାକି ପୋଷାକ ତଳର ମଣିଷପଣିଆ ।  

ଯେତେବେଳେ ଲଗାଣ ବର୍ଷା ଦିଲ୍ଲୀର ଅନେକ ଅଞ୍ଚଳରେ ପୋଖରୀ ଏବଂ ନଈର ଭ୍ରମ ସୃଷ୍ଟି କରୁଥିଲାବେଳେ ମିଣ୍ଟୋ ବ୍ରିଜ୍ ତଳେ ବର୍ଷା ପାଣି ଏମିତି ଜମା ହେଲା ଯେ ଓଟୋ ଚଲାଉଥିବା ଜଣେ ଅଟୋଚାଳକଙ୍କ ଜୀବନ ଚାଲିଗଲା । ଏହାବ୍ୟତୀତ ଆନ୍ନାନଗର ପାଖାପାଖି ୧୦ ଟି ଘର ପାଣିରେ ବୋହି ଯାଇଥିଲା ।

ସୂଚନା ଅନୁଯାୟୀ କିନ୍ତୁ ଏବେ ଭାଇରାଲ ହେଉଥିବା ଏକ ଫଟୋ, ଯେଉଁଥିରେ ଦିଲ୍ଲୀ ସଡ଼କର ପରିସ୍ଥିତି ଏବଂ ଖାକି ପୋଷାକ ତଳର ମହାନତାକୁ ଦେଖିବାକୁ ମିଳିଛି । ବର୍ଷା ପାଣି ଘେରରେ ଫସି ରହିଥିବା ଜଣେ ଅଟୋଚାଳକଙ୍କ ଅଟୋକୁ ସଳଖୁଥିବା ଜଣେ ପୋଲିସ କର୍ମଚାରୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀ ପୋଲିସ ବିଭାଗର ଜଣେ କନେଷ୍ଟବଳ ଏହି କାର୍ଯ୍ୟ ସାମ୍ନାକୁ ଆସିଛି ଯାହାକୁ ସୋସିଆଲ ମିଡ଼ିଆ ୟୁଜର୍ସମାନେ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *