୨୦୧୯ର IAS ଟପର ପ୍ରଦୀପ ସିଂ ନିଜ ସଫଳତା ଓ କୋଚିଂକୁ ନେଇ କ’ଣ କହିଲେ, ପଢନ୍ତୁ ତାଙ୍କ କାହାଣୀ

UPSC ପରୀକ୍ଷା ସବୁଠାରୁ କଠିନ ପରୀକ୍ଷା । ଏହାକୁ କ୍ରାକ୍ କରିବା ନିହାତି ଗୋଟିଏ ବଡ଼ ସଫଳତା । ହେଲେ ସଫଳତା ଅଧିକ ପ୍ରେରଣାଦାୟକ ସେତିକିବେଳେ ଯେବେ ଅତି ସୀମିତ ସମ୍ବଳ ଥିବା ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାଏ । ସେହିଭଳି ଜଣେ ଦୃଷ୍ଟାନ୍ତ ହେଉଛନ୍ତି ପ୍ରଦିପ ସିଂ । ଅନେକ ସଂଘର୍ଷ ପରେ ୨୦୧୯ର IAS ପରୀକ୍ଷାରେ ଟପ୍ ୧୦୦ ଜଣଙ୍କ ମଧ୍ୟରେ ସେ ନିଜର ସ୍ଵତନ୍ତ୍ର ସ୍ଥାନ ତିଆରି କରିଛନ୍ତି ।

ଅକ୍ଳାନ୍ତ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତି ଅସମ୍ଭବକୁ ସମ୍ଭବ କରି ଗଢି ତୋଳେ । ୨୦୧୯ ପୂର୍ବରୁ ୨୦୧୮ ମସିହା ପରୀକ୍ଷାରେ AIR ୯୩ ରାଙ୍କ ରଖିଥିଲେ ପ୍ରଦୀପ । ତାଙ୍କୁ IRS ଚାକିରି ଅଫର କରାଯାଇଥିଲା । କିନ୍ତୁ ନିଜ ରାଙ୍କ ବଢାଇବାକୁ ଇଚ୍ଛା ତାଙ୍କର ଅଫର ଚାକିରିକୁ ପ୍ରତ୍ୟାଖ୍ୟାନ କରିବାକୁ ବାଧ୍ୟ କଲା । ଆଉ ୨୦୧୯ରେ ପୁଣିଥରେ ଉକ୍ତ ପରୀକ୍ଷାରେ ବସି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି ସେ ।

ସର୍ବଭାରତୀୟ ରାଙ୍କିଂରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରଦୀପ ନିଜ ସ୍ଵପ୍ନ ପୂରଣ କରିବାରେ ସଫଳ ହୋଇଛନ୍ତି । ୨୯ ବର୍ଷୀୟ ପ୍ରଦୀପଙ୍କ ବାପା ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ । ସେ ଏହି IAS ପରୀକ୍ଷା ପୂର୍ବରୁ ମଧ୍ୟ ୩ ଥର ଦେଇଛନ୍ତି ଓ ଏହା ତାଙ୍କର ଚତୁର୍ଥ ପ୍ରୟାସ ଥିଲା ।  ପ୍ରଦୀପଙ୍କ ବାପା ମନୋଜ ସିଂ ବିହାରର ଗୋପାଳଗଞ୍ଜ ସହରରେ ରୁହନ୍ତି । ଘରର ଆମଦାନୀ କହିଲୀ ବାପାଙ୍କ ରୋଜଗାର । ବହୁତ କମ୍ ବୟସରୁ ତେଣୁ ପ୍ରଦୀପ ପ୍ରଶାସନିକ ସେବାକୁ ନିଜ ଲକ୍ଷ୍ୟ ଭାବରେ ବାଛି ସାରିଥିଲେ ।

ପ୍ରଦୀପ ନିଜ ସଫଳତା ଓ ସ୍ୱପ୍ନ ବାବଦରେ କୁହନ୍ତି ଯେ ଯେତେବେଳେ ମୋ ବାପାମା’ଙ୍କୁ ସିଭିଲ ସର୍ଭିସ ପାସ କରିଥିବା ପିଲାଙ୍କ ସଫଳତାକୁ ନେଇ ଚର୍ଚ୍ଚା କରନ୍ତି ଓ କେମିତି କିଏ ଅଫିସର ହୋଇଗଲେ କୁହାକୁହି ହୁଅନ୍ତି ସେସବୁ ଶୁଣି ମୋ ଭିତରେ ଜଣେ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ସୃଷ୍ଟି ହେଲା । ବାଣିଜ୍ୟରେ ସ୍ମାତକ ପରେ ପ୍ରଦୀପ ଏହି ପରୀକ୍ଷା ପ୍ରତି ପୂର୍ଣ୍ଣ ମନଯୋଗ କରିଥିଳୀ ଓ କୁହନ୍ତି ଯେ ସଫଳତାର କୌଣସି ସର୍ଟକଟ୍ ନାହିଁ ।

ତେବେ କେବଳ କୋଚିଂ ନେଇ ଜଣେ IAS ହୋଇପାରିବ ନାହିଁ । ସଫଳତାରେ କୋଚିଂର ଯୋଗଦାନ ରହିଛି ସତ ହେଲେ ତାହା ମାତ୍ର ୧୦ରୁ ୧୫ ପ୍ରତିଶତ । ବାକି ନିଜ ଉପରେ । ସୂଚନାଯୋଗ୍ୟ ଯେ ପ୍ରଦୀପ ସିଂ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜିତନ କିଶୋର ଏବଂ ପ୍ରତିଭା ବର୍ମା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Leave a Reply

Your email address will not be published. Required fields are marked *