ମୃତ୍ୟୁ ବି ଆସିପାରେ ଏମିତି : ଟେଲିଭିଜନ ଷ୍ଟୁଡ଼ିଓ ଆଲୋଚନା କାର୍ଯ୍ୟକ୍ରମରେ ଥିଲେ ଆଉ ଚାଲିଗଲା ତାଙ୍କ ପ୍ରାଣ

ମୃତ୍ୟୁ କେତେବେଳେ କେମିତି ଆସେ କେହି ଜାଣିନାହାନ୍ତି । ସବୁ ଠିକଠାକ ଥିଲା । ଯୋଜନା ଅନୁଯାୟୀ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀ ଏକ ଘରୋଇ ଟିଭି ଚ୍ୟାନେଲର ଆଲୋଚନାରେ ଭାଗ ନେଇଛନ୍ତି । ସନ୍ଧ୍ୟା ୫ ଟା ବେଳର ଥିଲା ସେ ପ୍ରୋଗ୍ରାମ । ପ୍ରୋଗ୍ରାମ ସାରି ଘରକୁ ଫେରିବା ପରେ ସନ୍ଧ୍ୟା ପ୍ରାୟ ୭:୩୦ ରେ ହୃଦଘାତ ହୋଇଛି ।

ସୂଚନା ଅନୁଯାୟୀ ଗୁରୁତର ଅବସ୍ଥାରେ ଶ୍ରୀଯୁକ୍ତ ରାଜୀବଙ୍କୁ ଗାଜିଆବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା ମାତ୍ର ସେ ମୃତ୍ୟୁ ସହିତ ଲଢି ଜିତି ପାରିଲେ ନାହିଁ । ଅନ୍ୟପକ୍ଷରେ ସେ କଂଗ୍ରେସର ମୁଖପାତ୍ର ଭାବରେ ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଏକ ପ୍ରଭାବଶାଳୀ ଢଙ୍ଗରେ କଂଗ୍ରେସର ପକ୍ଷ ରଖନ୍ତି । ସେ ନିଜର ରାଜନୀତି କ୍ୟାରିଅର ଅଜିତ ସିଂଙ୍କ ରାଷ୍ଟ୍ରୀୟ ଲୋକଦଳରୁ ଆରମ୍ଭ କରିଥିଲେ । ଅଚାନକ ତାଙ୍କର ଏପରି ମୃତ୍ୟୁରେ ରାଜନେତା ସମେତ ସାମ୍ବାଦିକମାନେ ବି ସ୍ତବ୍ଧ ହୋଇଯାଇଛନ୍ତି ।

ସୂଚନା ଥାଉ ଯେ ୨୦୦୬ ମସିହାରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । RLD ରେ ଥାଇ ଅଟଳ ବିହାରୀ ବାଜପେୟୀଙ୍କୁ କଳାପତାକା ଦେଖାଇ ଦିନେ ସେ ଚର୍ଚ୍ଚାକୁ ଆସିଥିଲେ । ସେ ଉତ୍ତରପ୍ରଦେଶ ବିଜନୋରର ଅଧିବାସୀ ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ଟିମରେ ସାମିଲ ହୋଇ ଉତ୍ତରପ୍ରଦେଶ କଂଗ୍ରେସର ମହାସଚିବ ଭାବେ ନିଯୁକ୍ତ ପାଇଥିଲେ । ଦୀର୍ଘ ୧୫ ବର୍ଷ ଧରି ସେ କଂଗ୍ରେସରେ ସକ୍ରିୟ ମଧ୍ୟ ଥିଲେ ।

Leave a Reply

Your email address will not be published. Required fields are marked *