“ବନ୍ଦେ ମାତରମ” ଏବଂ “ଭାରତ ମାତା କି ଜୟ” ନାରାରେ ହାତ ଉଠାଇଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ : ଭାଇରାଲ ହେଲା ଭିଡ଼ିଓ …

ଆଜିର ୭୪ ତମ ସ୍ଵାଧୀନତା ଦିବସ ପାଳିତ ହେଇଯାଇଛି । ଏହି ଅବସର ଦିଲ୍ଲୀର ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ଭୋଧିତ କରିଥିଲେ । ଅଭିଭାଷଣ ରଖିବା ପରେ “ବନ୍ଦେ ମାତରମ” ଏବଂ “ଭାରତ ମାତା କି ଜୟ” କହିଥିଲେ । ସମସ୍ତଙ୍କୁ ଦୁଇ ହାତ ଉଠାଇ ତାଙ୍କ ନାରା ସାଙ୍ଗରେ ପାଳିଆ ଧରିବାକୁ ଅପିଲ୍ କରିଥିଲେ । ମାତ୍ର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ହାତ ନଉଠାଇ ଭିଡ଼ ଭିତରେ ବାରି ହୋଇ ପଡ଼ିଛନ୍ତି । ତାଙ୍କ ଚାରିପାଖରେ ବସିଥିବା ସମସ୍ତେ ହାତ ଉଠାଇ ନାରା ଦେଇଥିବାବେଳେ ମୂର୍ତ୍ତି ହୋଇ ବସି ରହିଥିଲେ କେଜ୍ରିଓ୍ଵାଲ ।

ତେବେ ଏ ଘଟଣାକୁ ନେଇ ବିଜେପି ମୁଖପାତ୍ର ତାଜିନ୍ଦର ପାଲ ସିଂ ବଗା କେଜ୍ରିଓ୍ଵାଲଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି । ସୋସିଆଲ ମିଡ଼ିଆରେ ଟ୍ଵିଟ୍ କରି ଲେଖିଛନ୍ତି ଯେ ବନ୍ଦେ ମାତରମର ସମ୍ମାନ କଲେ ଆପଣଙ୍କ ଭୋଟ୍ ବ୍ୟାଙ୍କ ରାଗି ଯିବ କି ? ବାଟଲା ଆତଙ୍କବାଦୀମାନଙ୍କ ପାଇଁ ତ ଆପଣଙ୍କ ହାତ ବହୁତ ଶୀଘ୍ର ଉଠିଯାଇଥିଲା, ସେନାଠୁ ପ୍ରମାଣ ମାଗିବା ପାଇଁ ତ ଆପଣଙ୍କ ହାତ ଶୀଘ୍ର ଉଠିଥିଲା, ତେବେ ଆଜି କେଉଁ ରୋଗ ହୋଇଗଲା ଆପଣଙ୍କୁ ଯେ ‘ବନ୍ଦେ ମାତରମ’ ପାଇଁ ଆପଣ ହାତ ଉଠାଇ ପାରିଲେ ନାହିଁ ?

ବଗା କହିଛନ୍ତି ଯେ କେଜ୍ରିଓ୍ଵାଲ ନିର୍ବାଚନ ସମୟରେ ସ୍ପଷ୍ଟ ଭାବେ କହୁଥିଲେ ଯେ ମୁସଲମାନ ତାଙ୍କ ଦଳକୁ ଭୋଟ୍ ଦିଅନ୍ତୁ । ଆଜି କ’ଣ ‘ବନ୍ଦେ ମାତରମ’ ନାରା ଦେବାବେଳେ ହାତ ନଉଠାଇବା ସେହି ଭୋଟ୍‌ ବ୍ୟାଙ୍କକୁ ଖୁସି କରିବାର ଏକ ପ୍ରୟାସ ? ବନ୍ଦେ ମାତରମ କୌଣସି ପାର୍ଟିର ନାରା ନୁହେଁ, ବିଜେପିର ନାରା ନୁହେଁ । ଏହି ଅବସରରେ କେଜ୍ରିଓ୍ଵାଲଙ୍କୁ ହାତ ଉଠାଇବାର ଥିଲା ।

Leave a Reply

Your email address will not be published. Required fields are marked *