ଏହି ରାଜ୍ୟର ପୂର୍ବତମ ମୁଖ୍ୟମନ୍ତ୍ରୀ ବା JMM ଅଧ୍ୟକ୍ଷ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ବର୍ତମାନ CM ମଧ୍ୟ କରାଇବେ ଟେଷ୍ଟ

JMM chief shibu soren and his wife in home isolation after testing corona positive

ଝାଡ଼ଖଣ୍ଡ ରାଜ୍ୟର ମୁକ୍ତି ମୋର୍ଚ୍ଚା ଅଧ୍ୟକ୍ଷ ଏବଂ ରାଜ୍ୟସଭା ସଦସ୍ୟ ଶିବୁ ସୋରେନ୍ ଏବଂ ପତ୍ନୀ ରୂପି ସୋରେନ୍ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ଫଳରେ ଉଭୟଙ୍କୁ ଅଲଗା ଅଲଗା ଆଇସୋଲେଟ୍ ଭାବରେ ରଖାଯାଇଛି।

ଏହା ପରେ ଝାଡ଼ଖଣ୍ଡ ର ବର୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତଥା ଶିବୁ ସୋରେନଙ୍କ ପୁଅ ସୋମବାର ୨୪ ତାରିଖ ଦିନ କରୋନା ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି ଏହା ପୂର୍ବରୁ ମଧ୍ୟ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା କିନ୍ତୁ ରିପୋର୍ଟ ଅନୁଯାଇ ପୂର୍ବରୁ ତାଙ୍କର ୧୭ଜଣ କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା।

ପରେ ଶିବୁ ସୋରେନ ଏବଂ ତାଙ୍କ ପତ୍ନୀ ରୂପୀ ସୋରେନଙ୍କ କରୋନା ଟେଷ୍ଟ କରାଯାଇଥିଲା। ଏବଂ ରିପୋର୍ଟ ପଜିଟିଭ ଆସିଥିଲା। ଶିବୁ ସୋରେନଙ୍କ ବୟସ ପ୍ରାୟ 76 ବର୍ଷ,ଏହା ପୂର୍ବରୁ ମଧ୍ୟ ହେମନ୍ତଙ୍କ କରୋନା ଟେଷ୍ଟ କରାଯାଇଥିଲା, ଯାହା ନେଗେଟିଭ ଆସିଥିଲା। କିନ୍ତୁ ଖବର ଅନୁଯାଇ କ୍ୟାବିନେଟ୍ ମନ୍ତ୍ରୀ ବନ୍ନା ଗୁପ୍ତା କରୋନା ସଂକ୍ରମିତ ହୋଇଥିବା ବେଳେ ଏକ ବୈଠକରେ ଭାଗ ନେଇଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କ ସହ ସମସ୍ତ ମନ୍ତ୍ରୀ ଙ୍କ କରୋନା ପରୀକ୍ଷା କରାଯିବ ।

Leave a Reply

Your email address will not be published. Required fields are marked *