କିଛି ଦିନର ହିଂସା ର ବିରତି ପରେ ପୂର୍ବ ଲଦାଖରେ ଭାରତୀୟ ସୈନିକ ଏବଂ ଚୀନ୍ ସନିକ ଙ୍କ ମଧ୍ୟରେ ମୁହାଁମୁହିଁ ହେବାର ଖବର ଆସିଥିଲା, ସୀମା ବିବାଦ ପୁଣି ଆରମ୍ଭ ହୋଇଥିବା ସୂଚନା ମିଳିଛି । ଉଲ୍ଲେଖନୀୟ କଥା ହେଉଛି ପୂର୍ବରୁ ଗାଲଭାନ୍ ଭ୍ୟାଲିରେ ଜୁନ୍ 15-16 ର ମଧ୍ୟବର୍ତ୍ତୀ ରାତିରେ ଭାରତ-ଚୀନ୍ ସେନା ମଧ୍ୟରେ ସୀମାରେ ହୋଇଥିବା ସଂଘର୍ଷ ରେ ଭାରତର 20 ଜଣ ଯବାନ ସହିଦ ହୋଇଥିଲେ ଏବଂ ଖବର ଅନୁଯାୟୀ ଚାଇନା ର ମଧ୍ୟ 43 ରୁ ଅଧିକ ସେନା ମୃତାହାତ ହୋଇଥିଲେ କିନ୍ତୁ ଏହା ଚାଇନା ତରଫରୁ କୌଣସି ସଠିକ ତଥ୍ୟ ସ୍ପଷ୍ଟ କରିନଥିଲା ।

ଖବର ଅନୁଯାୟୀ ଅଗଷ୍ଟ 29 ତାରିଖ ରାତିରେ ଭାରତ ଏବଂ ଚୀନ୍ ସୈନିକ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଖବର ଅନୁଯାୟୀ ଚୀନ୍ ସୈନିକ ମାନେ ପୂର୍ବ ଚୁକ୍ତିନାମାକୁ ଉଲ୍ଲଂଘନ କରିଥିଲେ। ଚୀନ୍ ସେନା ପେଙ୍ଗୟାଙ୍ଗ୍ ହ୍ରଦ ନିକଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା ବେଳେ ଭାରତୀୟ ସେନା ଚୀନ୍ ସେନା କୁ କେବଳ ଅଟକାଇ ନଥିଲେ ବରଂ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଅସ୍ତ୍ରଶସ୍ତ୍ର ନେଇ ଚୀନ୍ ସେନା ଆଗକୁ ବଢିବା ପରେ ସେମାଙ୍କନକୁ ପଛକୁ ହଟିବା ବାଧ୍ୟ କରିଥିଲେ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ପେଙ୍ଗୟାଙ୍ଗ୍ ହ୍ରଦ ନିକଟରେ ଚୀନ୍ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ଦୃଢ ପ୍ରତିକ୍ରିୟା ଦେଇଛି। ଉଭୟ ପାର୍ଶ୍ୱରେ ହୋଇଥିବା ଏଭଳି ମୁହାଁ ମୁହିଁ ରେ କୌଣସି ସନିକ ଙ୍କ ଆଘାତ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଉଭୟ ଦେଶର ବରିଷ୍ଠ ଅଧିକାରୀମାନେ ଏହି ପ୍ରସଙ୍ଗରେ ଅନେକ ଥର ଆଲୋଚନା କରିଥିବା ସତ୍ୱେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା 29-30 ମାର୍ଚ୍ଚ ରାତିରେ ଘଟିଥିଲା।