ପ୍ରସ୍ତୁତ ଚାଲିଛି ଭ୍ରଷ୍ଟ ଏବଂ ଅଯୋଗ୍ୟ ସରକାରୀ କର୍ମଚାରୀଙ୍କ ଚିଠା : ଏହିପରି ଯାଞ୍ଚ କରି ମୋଦି ସରକାର ନେବେ କଡ଼ା ପଦକ୍ଷେପ

ଦୁର୍ନୀତିଗ୍ରସ୍ତ ତଥା ଅପାରଗ ସରକାରୀ କର୍ମଚାରୀଙ୍କୁ ଦମନ କରିବାକୁ ମୋଦି ସରକାର ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏଭଳି ସରକାରୀ କର୍ମଚାରୀମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ନିର୍ଦ୍ଦେଶ ନାମା ବି ଜାରି କରିଛନ୍ତି । ଏହାସହିତ ଦୁର୍ନୀତିଗ୍ରସ୍ତ ତଥା ଅଯୋଗ୍ୟ କର୍ମଚାରୀଙ୍କୁ ଅବସର ଦେବାକୁ ମଧ୍ୟ ମୋଦି ସରକାର ଜୋର୍ ଦେଇଛନ୍ତି ।

କେନ୍ଦ୍ର ସରକାର ଏବେ ସରକାରୀ କର୍ମଚାରୀଙ୍କ ରେକର୍ଡ ଯାଞ୍ଚ କରିବାକୁ ଯାଉଛନ୍ତି । ଅକ୍ଷମତା ଏବଂ ଦୁର୍ନୀତି ଆଦି ଅଭିଯୋଗଗୁଡ଼ିକର ତଦନ୍ତ କରାଯିବ ଏବଂ ଯେଉଁମାନେ ଦୁର୍ନୀତିଗ୍ରସ୍ତ, ଅପାରଗ ବୋଲି ଚିହ୍ନଟ ହେବେ ସେମାନଙ୍କୁ ଅବସର ନେବାକୁ କୁହାଯିବ । ଏ ସମ୍ପର୍କରେ ଏକ ରେଜିଷ୍ଟର ମଧ୍ୟ ପ୍ରସ୍ତୁତ ହେବାକୁ କୁହାଯାଇଛି ।

ତେବେ ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶନାମା ଅଧୀନରେ, ସରକାରୀ ସେବାରେ ୩୦ ବର୍ଷ ପୂରଣ କରିଥିବା କିମ୍ବା ୫୦ରୁ ୫୫ ବର୍ଷ ବୟସର କର୍ମଚାରୀଙ୍କ ସରକାରୀ ସେବା ରେକର୍ଡ ଯାଞ୍ଚ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।

କେନ୍ଦ୍ର ସରକାର କହିଛନ୍ତି ଯେ ଯେଉଁମାନେ ୩୦ ବର୍ଷ ପୂରଣ କରିବେ ଅଥବା ୫୦ ରୁ ୫୫ ବର୍ଷ ବୟସର ସରକାରୀ କର୍ମଚାରୀ ହୋଇଥିବେ ଓ ସେମାନଙ୍କ ସରକାରୀ ସେବା ରେକର୍ଡରେ ଅପାରଗତା ଏବଂ ଦୁର୍ନୀତିର ଅଭିଯୋଗ ଆସେ ତେବେ ତାଙ୍କୁ ସମୟ ପୂର୍ବରୁ ଅବସର ନେବାକୁ ହେବ । ଏଥିପାଇଁ କର୍ମଚାରୀ ମନ୍ତ୍ରଣାଳୟ ସମସ୍ତ ସଚିବମାନଙ୍କୁ ଏକ ରେଜିଷ୍ଟର ପ୍ରସ୍ତୁତ କରିବାକୁ କହିଛନ୍ତି ଯେଉଁଥିପାଇଁ ସମସ୍ତ ତଥ୍ୟ ରେକର୍ଡ କରାଯିବା ଉଚିତ୍ ।

Leave a Reply

Your email address will not be published. Required fields are marked *