କିଛି ମାସ ତଳେ ଜାତୀୟ ସୁରକ୍ଷା ଆଇନ (NSA) କୁ ନେଇ ସାରା ଦେଶରେ ପ୍ରତିରୋଧ ଦେଖାଯାଇଥିଲା । ହେଲେ ଏହା ଅଧୀନରେ ଦୋଷୀ ସାବ୍ୟସ୍ତ ହୋଇ ଗିରଫ ହୋଇଥିବା ଜଣେ ଡାକ୍ତରଙ୍କୁ ତୁରନ୍ତ ଜେଲ ଦଣ୍ଡରୁ ମୁକ୍ତ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟ ଆଜି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ ଦୋଷୀ ସାବ୍ୟସ୍ତ ଡାକ୍ତର କାଫିଲ ଖାନ ଉତ୍ତରପ୍ରଦେଶର ଗୋରଖପୁର ବାସିନ୍ଦା । ସେ ଗିରଫ ହେଲାପରେ ତାଙ୍କ ମା’ ଆବେଦନ କରିଥିଲେ ବନ୍ଦୀ ପ୍ରତ୍ୟକ୍ଷୀକରଣ । ଏହି ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜେଲରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅଭିଯୁକ୍ତ ଡାକ୍ତରଙ୍କ ଉପରେ CAA ବିରୋଧରେ ଭାଷଣ ଦେବାକୁ ନେଇ ଅଭିଯୋଗ ହୋଇଥିଲା ।

ଘଟଣାଟି ଏହିପରି । ଡିସେମ୍ବର ୨୦୧୯ରେ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ CAA ବିରୋଧରେ ଦେଇଥିବା ଭାଷଣ ପାଇଁ ଡାକ୍ତର କାଫିଲ ଖାନଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅଧୀନରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (STF) ଚଳିତ ବର୍ଷ ଜାନୁୟାରୀ ୨୯ ତାରିଖ ଦିନ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଡାକ୍ତରଙ୍କୁ ଗିରଫ କରିଥିଲା ।